ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ବିଶ୍ୱର ଲୋକପ୍ରିୟ କ୍ରିକେଟ୍ ଲିଗ୍ ଇଣ୍ଡିଆନ୍ ପ୍ରିୟିମର୍ ଲିଗ୍ (ଆଇପିଏଲ୍)ର ଅବଶିଷ୍ଟ ମ୍ୟାଚ୍ UAEରେ ଆୟୋଜିତ ହେବାକୁ ଯାଉଛି । ଭାରତର କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି ।ଏନେଇ ବିସିସିଆଇର ଭାଇସ୍ ପ୍ରେସିଡେଣ୍ଟ ରାଜୀବ୍ ଶୁକ୍ଲା ସୂଚନା ଦେଇଛନ୍ତି ।ତେବେ ଏହି ଅବଶିଷ୍ଟ ଆଇପିଏଲ୍ ମ୍ୟାଚ୍ ସେପ୍ଟେମ୍ବର 18 କିମ୍ବା 19 ରେ ପୁନର୍ବାର ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଫାଇନାଲ୍ ଅକ୍ଟୋବର 9 କିମ୍ବା 10 ରେ ଅନୁଷ୍ଠିତ ହୋଇପାରେ । ତେବେ 3 ସପ୍ତାହ ମଧ୍ୟରେ ଏହି ସିରିଜ ଶେଷ କରାଯିବ ବୋଲି ସୂଚନା ରହିଛି ।
ସୂଚନା ଯୋଗ୍ୟ, ଭାରତରେ ଏହି ସିରିଜ ଚାଲିଥିବା ସମୟରେ ଅନେକ ଖେଳାଳି କୋଭିଡ୍ -19 ପଜିଟିଭ୍ ଆସିବା ପରେ ମେ ’ପ୍ରାରମ୍ଭରେ ଏହି ଲିଗକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା ।