ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଜୁନ୍ ପ୍ରଥମ ସପ୍ତାହରେ ବଢିବାକୁ ଯାଉଛି ବିମାନ ଟିକେଟ୍ ଦାମ୍ । ଦୁଇ ମାସ ଭିତରେ ତୃତୀୟ ଥର ପାଇଁ ଭାରତ ସରକାର ଘରୋଇ ବିମାନ ଟିକେଟ୍ ଦର ବୃଦ୍ଧି କରିଛନ୍ତି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କରୋନା କାଳରେ ବି ବିମାନ ଟିକେଟର ଦାମ ବୃଦ୍ଧି କରାଯାଇଛି । କେନ୍ଦ୍ରୀୟ ମନ୍ତ୍ରଣାଳୟ ପକ୍ଷରୁ ଅଲଗା ଅଲଗା ସମୟରେ ଚାଲୁଥିବା ବିମାନର ଟିକେଟ ଦାମ ୧୩ ରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ମନ୍ତ୍ରଣାଳୟର ସୂଚନା ମୁତାବକ ୪୦ ମିନିଟ୍ ଉଡାଣ କରୁଥିବା ଯାତ୍ରୀଙ୍କ ପାଇଁ ଟିକେଟର ଦାମ ୨୩ ଶହ ଟଙ୍କାରୁ ବୃଦ୍ଧି କରାଯାଇ ୨୬ ଶହ ଟଙ୍କା କରାଯାଇଛି । ସେହିଭଳି ୪୧ ରୁ ୬୦ ମିନିଟ ଉଡାଣ କରୁଥିବା ବିମାନର ଟିକେଟ ୨୯ ଶହ ଟଙ୍କାରୁ ୩୩ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି ।