ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ହେଉଛି ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ । ଋତୁସ୍ରାବ ସମୟରେ ପରିଷ୍କାର ପରିଚ୍ଛନ୍ନତା ଆପଣାଇବା ନିହାତି ଆବଶ୍ୟକ । ଏହାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ମେ 28ରେ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ପାଳନ କରାଯାଏ । ଋତୁସ୍ରାବ ଓ ସ୍ବଚ୍ଛତାକୁ ସମଗ୍ର ବିଶ୍ବର ଅଣଦେଖା କିମ୍ବା ଅବହେଳା କରାଯାଇଥାଏ । ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସତର୍କ କରାଇବା । ।
ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସର ଇତିହାସ
ଜର୍ମାନୀର ଏକ ଏନଜିଓ ‘WASH’ ପ୍ରଥମେ ଏହି ଦିବସ ପାଳନ କରିଥିଲେ । ମାସିକ ଋତୁସ୍ରାବର ହାରାହାରି ବ୍ୟବଧାନ 28 ଦିନ । ମାସକୁ 5 ଦିନ ସମସ୍ତ ମହିଳାଙ୍କ ମଧ୍ୟରେ ଋତୁସ୍ରାବ ହୋଇଥାଏ । ତେଣୁ ‘28-5’କୁ ହିସାବକୁ ନେଇ ପ୍ରତିବର୍ଷ ମେ 28ରେ ଏହାକୁ ପାଳନ କରାଯାଏ ।ଇତିହାସ-ମେ 2013ରେ ସମଗ୍ର ବିଶ୍ବ ଏହି ଦିବସ ପାଳନ କରିଥିଲା ।
ମାସିକ ଋତୁସ୍ରାବକୁ ନେଇ ଏବେ ମଧ୍ୟ କିଛି ସ୍ଥାନରେ ଅନେକ ଭ୍ରାନ୍ତ ଧାରଣା ରହିଛି । ପିଲାମାନେ ସ୍ବଚ୍ଛତା ପରିବର୍ତ୍ତେ ଅନ୍ଧବିଶ୍ୱାସ କୁ ବିଶ୍ୱାସ କରିଥାନ୍ତି । ଏପରିକି ଏହି ସମୟରେ ରୋଷେଇ ଘର , ଠାକୁର ଘରକୁ ପ୍ରବେଶ କରିବାକୁ ମଧ୍ୟ ଅନୁମତି ମିଳେନାହିଁ । ବଡଲୋକଙ୍କୁ ଛୁଇଁବାକୁ ମଧ୍ୟ ମନା କରାଯାଏ । ଯାହାକୁ ନେଇ ନାରୀମାନେ ମାନସିକ ସ୍ତରରେ ଖୁବ୍ କଷ୍ଟ ପାଇଥାନ୍ତି। ଦିବସର ଗୁରୁତ୍ବ-ଋତୁସ୍ରାବ ସମୟରେ ସ୍ବଚ୍ଛତା ବିଷୟରେ ଅନେକ ଏବେ ବି ଅଜ୍ଞ । ଖାସ୍ କରି ଗାଁ ମାନଙ୍କରେ ଝିଅ ଓ ମହିଳା ଏନେଇ ଆଲୋଚନା କରିବାକୁ ଲାଜ କରନ୍ତି । ଏହି ସମୟରେ କେଉଁ କେଉଁ ସ୍ବଚ୍ଛତା ଉପରେ ଧ୍ୟାନ ଦେବା ଜରୁରୀ, ସେମାନଙ୍କୁ ଜଣା ନଥାଏ ଫଳରେ ଅନେକ ରୋଗବ୍ୟାଧିର ଶିକାର ହୁଅନ୍ତି । ଅନେକ ୟୁଟେରସ୍ କ୍ୟାନ୍ସର ପାଇଁ ଅସୁରକ୍ଷିତ ଋତୁସ୍ରାବ ଦାୟୀ । ଶିକ୍ଷାର ଅଭାବ କାରଣରୁ ମହିଳାମାନେ ଏନେଇ ସଚେତନ ନୁହଁନ୍ତି ତେଣୁ ସେମାନଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ସମସ୍ତ ଗାଁ ଓ ସହରରେ ଏହି ଦିବସ ପାଳନ କରିଯିବା ଉଚିତ୍ ଓ ସେମାନଙ୍କୁ ସଚେତନ କରାଇବା ଉଚିତ୍।