ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଜୁନ ପହିଲାରୁ ଗୁଗୁଲ ଫୋଟୋଜ୍ ହେବ ମହଙ୍ଗା । ଜୁନ ୧ ତାରିଖ ଗୁଗୁଲ ତାର ଅନେକ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି ।ଏହି ପରିବର୍ତ୍ତନୀୟ ନିୟମ ଅନୁସାରେ Google Photos ପ୍ଲାଟ୍ଫର୍ମରେ ଫଟୋ ଓ ଭିଡିଓ ଷ୍ଟୋର୍ କରି ରଖିବାକୁ ହେଲେ ପଇସା ଦେବାକୁ ପଡିବ । ତେବେ ଗୁଗୁଲ୍ ୧୫ ଜିବି ପର୍ଯ୍ୟନ୍ତ ଫ୍ରି ପ୍ଲେସ୍ ଦେବ । ଏହାପରେ ସେ ଚାର୍ଜ କରିବ ।
ହାଇ କ୍ୱାଲିଟି ଫଟୋ ଓ ଭିଡିଓକୁ ଷ୍ଟୋର୍ କରି ରଖିବା ପାଇଁ ଗୁଗଲ ଫଟୋଜ୍ ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ ଥିଲା । ଏହା ସମ୍ପୂର୍ଣ୍ଣ ମାଗଣା ଥିଲା । ତେବେ ଜୁନ୍ ୧ ତାରିଖ ଠାରୁ ଗୁଗଲ ଫୋଟଜ୍ ପ୍ଲାଟଫର୍ମ ପାଇଁ ଚାର୍ଜ ଦେବାକୁ ପଡ଼ିବ ।
ତେବେ ଆପଣ ଚାହିଁଲେ ଅନୁନ୍ନତମାନର ଫଟୋ ଡିଲିଟ୍ କରି ୧୫ ଜିବି ଜାଟା ଷ୍ଟୋର୍ଜ ସ୍ଥାନ ଖାଲି ରଖିପାରିବେ ଓ ଚାର୍ଜ ଦେବାରୁ ବଞ୍ଚି ପାରିବେ। ଏନେଇ କମ୍ପାନୀ ଏକ ନୂଆ ଷ୍ଟୋରେଜ୍ ମ୍ୟାନେଜ୍ମେଣ୍ଟ ଟୁଲ୍ ଆଣିବ। ଯାହାଦ୍ୱାରା ଗ୍ରାହକ ଖରାପମାନର ଫଟୋ ଡିଲିଟ୍ କରି ସ୍ପେଶ୍ ସୁରକ୍ଷିତ ରଖିପାରିବେ ବୋଲି ଗୁଗୁଲ କହିଛି। ତେବେ ଯେଉଁ ଗ୍ରାହକମାନଙ୍କ ପାଖରେ ଗୁଗୁଲର ସ୍ମାର୍ଟଫୋନ୍ ରହିଛି ସେମାନଙ୍କ ପାଇଁ ଏହି ନୂଆ ନିୟମ ଲାଗୁ ହେବ ନାହିଁ । ଅନ୍ୟ ସମସ୍ତ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଫୋନ୍ ଗ୍ରାହକଙ୍କ ପାଇଁ ଏହି ନିୟମ ଲାଗୁ ହେବ ବୋଲି କମ୍ପାନୀ ଘୋଷଣା କରିଛି ।