ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କେନ୍ଦ୍ରିୟ ଯାଞ୍ଚ ସଂସ୍ଥା (ସିବିଆଇ)ର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍ ସୁବୋଧ କୁମାର ଜୈସୱାଲ । ଆଜି ସେ ସିବିଆଇ କାର୍ଯ୍ୟାଳୟରେ ଔପଚାରିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।ଏଥି ସହିତ ସିବିଆଇର ବରିଷ୍ଠ ଅଧିକାରୀମାନଙ୍କ ସହ ଆଜି ପ୍ରଥମ ବୈଠକରେ ଯୋଗ ଦେଇଛନ୍ତି । ଦାୟିତ୍ବ ଗ୍ରହଣ ଦିନ ଠାରୁ ସୁବୋଧ ୨ ବର୍ଷ ଧରି ସିବିଆଇ ମୁଖ୍ୟ ଭାବେ ଦାୟିତ୍ବ ତୁଲାଇବେ । ୧୯୮୫ ବ୍ୟାଚର ମହାରାଷ୍ଟ୍ର କ୍ୟାଡରର ଆଇପିଏସ୍ ହେଉଛନ୍ତି ସୁବୋଧ । ସେ ମହାରାଷ୍ଟ୍ରର ପୂର୍ବତନ ଡିପିଜି ଭାବେ ମଧ୍ୟ କାର୍ଯ୍ୟଭାର ସମ୍ଭାଳୀ ଥିଲେ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବଧୀନ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଏବଂ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣା, କଂଗ୍ରେସର ଲୋକସଭାରେ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଆଇପିଏସ୍ ସୁବୋଧ କୁମାର ଜୈସୱାଲଙ୍କୁ ସିବିଆଇ ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି ।