ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନାରୁ ରକ୍ଷା ପାଇବା ପାଇଁ ସାରା ଦେଶରେ କରୋନା ଟିକାକରଣ ଅଭିଯାନ ଚାଲିଥିଲା ବେଳେ ଏହି ଅଭିଯାନକୁ ଆହୁରୀ ତ୍ୱରାନ୍ୱୀତ କରିଛି ରିଲିଆନ୍ସ ଇଣ୍ଡଷ୍ଟ୍ରି । ରିଲିଆନ୍ସ ନିଜର କର୍ମଚାରୀମାନଙ୍କୁ ମାଗଣାରେ ଟିକା ଦେବା ଆରମ୍ଭ କରିଛି । ଏହା ଦ୍ୱାରା ପ୍ରାୟ ରିଲିଆନ୍ସର ପ୍ରାୟ 1.3 ମିଲିୟନରୁ ଅଧିକ କର୍ମଚାରୀ , ସେମାନଙ୍କର ପରିବାର ଲୋକେ, କମ୍ପାନୀର ସହଭାଗୀ, ଓ ସେମାନଙ୍କର ପରିବାର ଲୋକ ଉପକୃତ ହେବେ । ଯେଉଁ କର୍ମଚାରୀମାନେ ବାହାରୁ ଟିକା ନେଇଛନ୍ତି ସେମାନଙ୍କୁ କମ୍ପାନୀ ତରଫରୁ ଟିକା ଖର୍ଚ୍ଚ ପ୍ରଦାନ କରାଯିବ । ତେବେ ଏହି ବୃହତ କର୍ପୋରେଟ୍ ଟିକାକରଣରେ ଭାରତର ପ୍ରାୟ 880ଟି ସହରରେ ନିଜ କର୍ମଚାରୀମାନଙ୍କୁ ସାମିଲ କରିବ ରିଲିଆନ୍ସ । ତେବେ ଏନେଇ ରିଲିଆନ୍ସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ।
ଏହି ଟୀକାକରଣ ଡ୍ରାଇଭ, ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଚାପକୁ ବହୁ ମାତ୍ରାରେ ହ୍ରାସ କରିବ ଏବଂ ମହାମାରୀକୁ ଅଧିକ ପ୍ରଭାବଶାଳୀ ଭାବରେ ମୁକାବିଲା କରିବାରେ ଭାରତକୁ ସାହାଯ୍ୟ କରିବ ।