ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନା ଟିକାକରଣକୁ ବ୍ୟାପକ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂତନ ମାର୍ଗଦର୍ଶୀକା ଜାରି କରାଯାଇଛି । ଘରୋଇ ସଂସ୍ଥାମାନେ ସେମାନଙ୍କ କର୍ମଚାରୀ ଓ ପରିବାରକୁ ଟିକା ଦେଇପାରିବେ । ନିଜ ଅର୍ଥରେ ସେମାନେ କର୍ମଚାରୀଙ୍କୁ ଟିକା ଦେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇ କହିଛନ୍ତି, ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ମେ ପହିଲାରୁ ୧୮-୪୪ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତିଙ୍କୁ ଟିକା ଦେଉଛନ୍ତି ସରକାର । ପ୍ରଥମେ ଭୁବନେଶ୍ୱର ଓ ପରେ କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରରେ ମଧ୍ୟ ଟିକା ଦିଆଯାଉଛି ।
ଟିକାକରଣକୁ ଅଧିକ ବ୍ୟାପକ କରିବାକୁ ଘରୋଇ ହସ୍ପିଟାଲ ସିଧାସଳଖ ଟିକା ନିର୍ମାତାଙ୍କଠାରୁ ଟିକା କିଣିପାରିବେ । ଏହି ଟିକାକୁ ଆଣି ସେମାନେ ଘରୋଇ ସଂସ୍ଥା ଓ ଶିଳ୍ପ କର୍ମଚାରୀଙ୍କୁ ବିକି ପାରିବେ । ଯଦି ଘରୋଇ ହସ୍ପିଟାଲରେ ଟିକା ଉପଲବ୍ଧ ନଥିବ ତେବେ ସଂସ୍ଥା ସିଧାସଳଖ ଟିକା ନିର୍ମାତାଙ୍କଠୁ ମଧ୍ୟ କିଣିପାରିବେ । ତେବେ ଘରୋଇ ସଂସ୍ଥା ଘରୋଇ ହସ୍ପିଟାଲ ସହାୟତାରେ ଟିକାଦାନ ପାଇଁ ସାଇଟ୍ କରିବେ । ପରିବାରର ଯେଉଁ ବ୍ୟକ୍ତି ଟିକା ନେବେ, ସଂସ୍ଥା ତାହାକୁ ସ୍ୱୀକୃତି ପ୍ରଦାନ କରିବ ।