ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଜୁନ୍ 1 ରୁ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ହେବାକୁ ଯାଉଛି ବଡ ପରିବର୍ତ୍ତନ । ଆପଣ ଯଦି ବ୍ୟାଙ୍କରେ ଆକାଉଣ୍ଟଧାରୀ ଅଟନ୍ତି ତେବେ ଏହି ତଥ୍ୟ ଆପଣଙ୍କ କାମରେ ଆସିପାରେ । ଯଦି ଆପଣ ବ୍ୟାଙ୍କ୍ ଅଫ ବରୋଦା,କାନାଡା ବ୍ୟାଙ୍କ୍ କିମ୍ବା ସିଣ୍ଡିକେଟ ବ୍ୟାଙ୍କର ଗ୍ରାହକ ହୋଇଛନ୍ତି ତେବେ ଏହି ବ୍ୟାଙ୍କ କିଛିଟା ନିୟମ ପରିବର୍ତ୍ତନ କରିଛନ୍ତି । ବ୍ୟାଙ୍କ୍ ଅଫ ବରୋଦା ଚେକ୍ ମାଧ୍ୟମରେ କରାଯାଇଥିବା ପ୍ରାପ୍ୟ ସମ୍ବର୍ଦ୍ଧିତ ନିଜର ପ୍ରକ୍ରିୟାରେ କିଛିଟା ପରିବର୍ତ୍ତନ କରିଛନ୍ତି, କାନାଡା ବ୍ୟାଙ୍କ୍ ଓ ସିଣ୍ଡିକେଟ ବ୍ୟାଙ୍କ IFSC କୋଡରେ କିଛିଟା ପରିବର୍ତ୍ତନ କରିଛନ୍ତି ।
ବ୍ୟାଙ୍କ୍ ଅଫ ବରୋଦା ଚେକ୍ ରେ କରିଥିବା ପରିବର୍ତ୍ତନ
ଚେକ୍ ମାଧ୍ୟମରେ କରାଯାଇଥିବା ପ୍ରାପ୍ୟ ସମୟରେ ଧୋକାଧରି ଘଟଣାକୁ ଅଟକାଇବା ପାଇଁ ବ୍ୟାଙ୍କ୍ ଅଫ ବରୋଦା ଜୁନ ୧ ତାରିଖ ଠାରୁ ନିଜ ଗ୍ରାହକ ମାନଙ୍କ ପାଇଁ ସକାରାତ୍ମକ ବେତନ ପୃଷ୍ଟି ଅନିବାର୍ଯ୍ୟ କରି ଦେଇଛନ୍ତି । ଚେକ୍ ର ଅଗ୍ରୀମ ସୂଚନା ପ୍ରଦାନ କରନ୍ତୁ ,କାରଣ CPM ସଂଶୋଧନରେ ପ୍ରସ୍ତୁତି ସମୟରେ ବ୍ୟାଙ୍କ୍ ଗ୍ରାହକ ମାନଙ୍କ ସହିତ ବିନା ସମ୍ପର୍କରେ ଉଚ୍ଚ ମୂଲ୍ୟର ଚେକ୍ ପାସ କରି ପରିବା ।
କାନାଡା ବ୍ୟାଙ୍କ୍ ଓ ସିଣ୍ଡିକେଟ ବ୍ୟାଙ୍କର IFSC କୋଡରେ ପରିବର୍ତ୍ତନ ସମୟ
କାନାଡା ବ୍ୟାଙ୍କ୍ ନିଜ ଗ୍ରାହକ ମାନଙ୍କ ପାଇଁ IFSC କୋଡ଼ ପରିବର୍ତ୍ତନ କରିବାର ସମୟ ଜୁଲାଇ ୧ ତାରିଖ ବୋଲି ସୂଚନା ଦେଇଛି ।ଯେବେକି ସିଣ୍ଡିକେଟ ବ୍ୟାଙ୍କ ନିଜ ଶାଖା ଗୁଡ଼ିକୁ ଚଳିତ ବର୍ଷ ଜୁନ ୩୦ ତାରିଖ ସୁଦ୍ଧା IFSC କୋଡ଼ ପରିବର୍ତ୍ତନ କରିବା ପାଇଁ ସୂଚନା ଦେଇଛି । ଗ୍ରାହକ ମାନଙ୍କୁ ଏହି ବିଷୟରେ ସମସ୍ତ ତଥ୍ୟ ବ୍ୟାଙ୍କ୍ ର ୱେବ୍ ସାଇଟ୍ ରୁ ମିଳିଯିବ ।ଗତବର୍ଷ ଅପ୍ରେଲ ମାସରେ ସିଣ୍ଡିକେଟ ବ୍ୟାଙ୍କ୍ ଓ କାନାଡା ବ୍ୟାଙ୍କ୍ ରେ ବିଭିନ୍ନ ପ୍ରଭେଦ ଦେଖାଯାଇଥିଲା । ତାସହିତ ବ୍ୟାଙ୍କ୍ ଅଫ ବରୋଦା , ଦେନା ବ୍ୟାଙ୍କ୍ ଓ ବିଜୟା ବ୍ୟାଙ୍କ୍ କୁ ଉନ୍ନତ ପରିଚାଳନା ପାଇଁ ସଂଯୁକ୍ତ କରାଯାଇଥିଲା ।