ସନଷ୍ଟାର ଟିଭି ବ୍ୟୁରୋ
ଚାନ୍ଦବାଲି :ବାତ୍ୟା ୟସ ପ୍ରଭାବରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଓ ଧାମରା ଅଞ୍ଚଳ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ଆଉ ଏହାର ସ୍ଥିତ ପରିଖିବାକୁ ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡ଼ି ରାଜ୍ୟ ସଭାପତି ଡ଼ଃ ବ୍ୟେମକେଶ ରାୟ ପହଞ୍ଚିଛନ୍ତି । ବାତ୍ୟାର ପ୍ରକୋପ କମିବା ପରେ କ୍ଷୟକ୍ଷତିର ଆକଳନ କରିବା ସହ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିବା ସହ ବିଭିନ୍ନ ପଞ୍ଚାୟତ ବୁଲି ବାତ୍ୟା ବିପନ୍ନ ମାନଙ୍କ ସହ କଥା ହୋଇ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ବୁଝିଛନ୍ତି ।
କିଛି ବାତ୍ୟା ଆଶ୍ରୟ ସ୍ଥଳ ବୁଲି ସେଠାରେ ମଧ୍ୟ ରନ୍ଧା ଖାଦ୍ୟ ପୁଡ଼ିଆ ବାଣ୍ଟିଛନ୍ତି। ବିଭିନ୍ନ ଅଞ୍ଚଳ ବୁଲି ବିପନ୍ନମାନଙ୍କ ଅବସ୍ଥା ବୁଝିବା ସହ ପ୍ରତ୍ୟେକ ଘରକୁ ଘର ବୁଲି ସେମାନଙ୍କ ଦୁଃଖ କଷ୍ଟ ବୁଝିଛନ୍ତି ବିଧାୟକ । ଏଥିସହିତ ଅସହାୟ ଲୋକଙ୍କୁ କିଭଳି ସରକାରୀ ସହାୟତା ମିଳିବ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛନ୍ତି ବିଧାୟକ ।