ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ମହାମାରୀ ମୁକାବିଲା ଭିତରେ ଆଉ ଏକ ସାମୁଦ୍ରିକ ବାତ୍ୟା ୟାସ୍କୁ ସାମ୍ନା କରିବାକୁ ଯାଉଛି ରାଜ୍ୟ । ଭୀଷଣ ରୂପ ନେଉଥିବା ଏହି ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କ ସମ୍ମୁଖକୁ ଆସିବେ ରାଜ୍ୟର ବଡ଼ ନେତା । ଆଜି(ସୋମବାର) ଅପରାହ୍ନ 4 ଟାରେ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବାତ୍ୟା ମୁକାବିଲା ନେଇ ସରକାର, ରାଜ୍ୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବସୁଛି ଘନଘନ ବୈଠକ । ମହାମାରୀ ଭିତରେ ବାତ୍ୟା ମୁକାବିଲା ନେଇ ନିଆଯାଉଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବାତ୍ୟା ମୁକାବିଲା ନେଇ 5 ବରିଷ୍ଠ ସଚିବଙ୍କୁ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ପାଇଁ ଶାଶ୍ବତ ମିଶ୍ର, ଭିଭି ଯାଦବ ଭଦ୍ରକ, ବିଶାଳ ଦେବ ବାଲେଶ୍ବର ଓ ସୁରେଶ ବୈଶିଷ୍ଟ୍ୟଙ୍କୁ ଦାଇତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାର ବାତ୍ୟା ପ୍ରସ୍ତୁତି, ମୁକାବିଲା ଓ ବାତ୍ୟା ପରବର୍ତ୍ତୀ ସମୟରେ ରିଲିଫ କାର୍ଯ୍ୟ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।