ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତର ରୂପ ନେବାକୁ ଯାଉଛି । ଅବପାତ ସୃଷ୍ଟି ପାଇଁ ଅନୁକୂଳ ପାଗ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଭୋର ୪ଟାରେ ସାଟେଲାଇଟରୁ ଉତ୍ତୋଳନ ଚିତ୍ରରୁ ସ୍ପଷ୍ଟ ହେଉଛି ଯେ ଲଘୁଚାପ ଧିରେ ଧିରେ ଘନୀଭୂତ ହୋଇ ଅବପାତର ରୂପ ନେଉଛି । ଏହା ଆସନ୍ତାକାଲି ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଭୋର ୪ଟାରୁ ୪ଟା ୨୬ମଧ୍ୟରେ ସାଟେଲାଇଟ ଦ୍ୱାରା ଉତ୍ତୋଳନ ଚିତ୍ରରୁ ସ୍ପଷ୍ଟ ହେଉଛି ଯେ ଲଘୁଚାପ ଧିରେ ଧିରେ ଘନୀଭୂତ ହୋଇ ଅବପାତର ରୂପ ନେଉଛି । ଏହା ଆସନ୍ତାକାଲି ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଓ ଏହାର 24 ଘଣ୍ଟା ମଧ୍ୟରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ ଏହି ସାମୁଦ୍ରିକ ଝଡ ୟଶ୍ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଘଣ୍ଟାପ୍ରତି ୫୦ ରୁ ୭୦ କିଲୋମିଟର ବେଗରେ ପବନ ବହିବ । ୨୫ ତାରିଖରୁ ଉପକୂଳ ଓଡ଼ିଶାର ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା ଏବଂ ପୁରୀରେ ପ୍ରବଳ ବର୍ଷା ହେବ । ୨୬ ତାରିଖ ବେଳକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିପାଇଁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ଓ ମତ୍ସ୍ୟଜୀବିମାନଙ୍କୁ ଗଭୀର ସମୁଦ୍ରକୁ ଯିବା ପାଇଁ ମନା କରାଯାଇଛି । ଗତକାଲି ସମୁଦ୍ର ମଧ୍ୟରେ ଥିବା ସମସ୍ତ ମତ୍ସ୍ୟଜୀବିମାନଙ୍କୁ ସୁରକ୍ଷିତ ଭାବେ ସ୍ଥଳ ଭାଗକୁ ଅଣାଯାଇଥିଲା । ବାତ୍ୟାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ରହଛନ୍ତି ବୋଲି ସୂଚନା ଦେଇଛନ୍ତି ।