ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ପାରାଦୀପ ଗଡ଼ରେ ଆମୋନିଆ ଗ୍ୟାସ୍ ଲିକ୍ । ଗ୍ୟାସ ଲିକ୍ ହୋଇ ୧୩ ଜଣ ଅସୁସ୍ଥ ହୋଇପଡ଼ିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ପାରାଦୀପ ଗଡ ଶିଳ୍ପାଞ୍ଚଳରେ ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟ ଓ ବରଫ କଳରୁ ଆମୋନିଆ ଗ୍ୟାସ୍ ଲିକ୍ ହୋଇଛି । ତେବେ ଏଥିରେ ଗୁରୁତର ହୋଇଥିବା ୩ଜଣଙ୍କୁ SCB କୁ ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ଭିତରେ ୮ ବର୍ଷର ଶିଶୁ ରହିଛି। ଗ୍ୟାସ୍ ନିୟନ୍ତ୍ରଣ କରିବାକୁ ପାଖ ଶିଳ୍ପାଞ୍ଚଳର ଟେକ୍ନିସିଆନକୁ ଡକାଯାଇଛି। ଗ୍ୟାସ ଲିକ ନେଇ ଫ୍ୟା୍ରି ଆଣ୍ଡ ବଏଲର୍ ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ଦଳାଇ ସ୍ପଷ୍ଟ କରିଛନ୍ତି । ତେବେ ଗ୍ୟାସ୍ ଲିକ୍ର କାରଣ ଜଣାପଡ଼ିନାହିଁ।