ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା 24 ତାରିଖରେ ବାତ୍ୟାରେ ପରିଣତ ହେବ । ବିପଦ ଥିବା ରାଜ୍ୟଗୁଡିକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାତ୍ୟା ପ୍ରସ୍ତୁତି ନେଇ ଆଜି(ରବିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ 11ଟାରେ ବରିଷ୍ଠ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକ କରିଛନ୍ତି ।
ବୈଠକରେ ବରିଷ୍ଠ ସରକାରୀ ଅଧିକାରୀ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧିକାରୀ, ଟେଲିକମ୍, ଶକ୍ତି, ବେସାମରିକ ବିମାନ ଚଳାଚଳ, ପରିବେଶ ବିଜ୍ଞାନ ମନ୍ତ୍ରଣାଳୟର ସଚିବମାନେ ଉପସ୍ଥିତ ରହିଥିଲେ । ଏହା ସହିତ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ବୈଠକରେ ସାମିଲ ହୋଇଥିଲେ ।ବୈଠକରେ ବାତ୍ୟା ୟସର ମୁକାବିଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାରୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ଭାରତୀୟ ସେନା ପ୍ରସ୍ତୁତ ଥିବା ଶନିବାର ସୂଚନା ଦେଇଛି ଭାରତୀୟ ସେନା । ଅଧିକ କାର୍ଯ୍ୟ ପାଇଁ ଟାସ୍କ ଫୋର୍ସ ପ୍ରସ୍ତୁତ ରହିଛି ।ଏପଟେ ବାତ୍ୟାକୁ ନେଇ ଉତ୍ତର ରେଳପଥ ବିଭାଗ ପ୍ରାୟ 12ଟି ଟ୍ରେନକୁ ସାମୟିକ ଭାବେ ବାତିଲ କରାଯାଇଛି । ବାତ୍ୟାର ମୁକାବିଲା ପାଇଁ ଇଣ୍ଡିଆନ୍ କୋଷ୍ଟଗାର୍ଡ ପ୍ରସ୍ତୁତ ରହିଛି । ଏହା ବ୍ୟତୀତ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାତ୍ୟା ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ କରିବେ ବୋଲି ସୂଚନା ମିଳିଛି ।