ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ସଂକ୍ରମଣ ସଂଖ୍ୟା ୧୨ ହଜାର ଉପରେ ରହିଛି ।ଗତ ୨୪ ଘଣ୍ଟା ମଧ୍ୟରେ ୧୨ହଜାର ୮୫୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ବାରେଣ୍ଟାଇନରୁ ୭୧୯୫ ପଜିଟିଭ୍ ବାହାରିଥିବା ବେଳେ , ଲୋକାଲ କଣ୍ଟାକ୍ଟ କେସ୍ ୫୬୫୭ ରହିଛି । ତେବେ ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୯୦୯ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୦୭୩, ଅନୁଗୁଳରୁ ୯୮୪, ସୁନ୍ଦରଗଡ଼ରୁ ୮୪୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରୁ ୬୬୮, ମୟୂରଭଞ୍ଜରୁ ୫୮୬, ବାଲେଶ୍ବରରୁ ୫୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରୁ ୪୮୨, ପୁରୀରୁ ୪୭୨, ବରଗଡ଼ରୁ ୪୬୧ ସଂକ୍ରମିତ ଚିହ୍ନଟ । ଝାରସୁଗୁ଼ଡାରୁ ୩୯୯, ସମ୍ବଲପୁରରୁ ୩୫୫, ବୌଦ୍ଧରୁ ୩୪୭, ନବରଙ୍ଗପୁରରୁ ୩୪୪, ଗଞ୍ଜାମରୁ ୩୪୦, ଯାଜପୁରରୁ ୩୩୭, ଷ୍ଟେଟପୁଲରୁ ୩୩୩, ନୟାଗଡ଼ରୁ ୩୩୧, ଜଗତସିଂହପୁରରୁ ୩୦୦ ସଂକ୍ରମିତ ଚିହ୍ନଟ । କେନ୍ଦ୍ରାପଡାରୁ ୨୮୫, ବଲାଙ୍ଗୀରରୁ ୨୭୪, କୋରାପୁଟରୁ ୨୭୨ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାୟଗଡ଼ାରୁ ୧୯୮, କେନ୍ଦୁଝରରୁ ୧୮୦, ଭଦ୍ରକରୁ ୧୫୧, ମାଲକାନଗିରିରୁ ୧୧୪, ଦେଓଗଡ଼ରୁ ୧୦୫, କନ୍ଧମାଳରୁ ୧୦୪ ସଂକ୍ରମିତ ଚିହ୍ନଟ । ଗଜପତିରୁ ୭୭, ନୂଆପଡାରୁ ୭୦, ସୋନପୁରରୁ ୫୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୮ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ । ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି ଓ ସୁନ୍ଦରଗଡରୁ ୪ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଓ କେନ୍ଦ୍ରାପଡାରୁ ୩ଜଣ, ପୁରୀ , ରାୟଗଡା ଓ ନବରଙ୍ଗପୁରରୁ ୨ଜଣ, ଗଞ୍ଜାମ, ଗଜପତି ନୂଆପଡାରୁ ଜଣଙ୍କର ମୃତ୍ୟୁ ହୋଇଛି । ୨୪ ଘଣ୍ଟାର ମଧ୍ୟରେ ରାଜ୍ୟରେ ୧୦ହଜାର ୬୦୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।