ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ହକି ଖେଳର ବିକାଶ ତଥା ସୁପରିଚାଳନା କରିଥିବାରୁ ଏବଂ ଏହାକୁ ଲୋକପ୍ରିୟତା କରିବା ପାଇଁ ଉଦ୍ୟମ କରିଥିବାରୁ ରାଜ୍ୟର 5T ସଚିବ ଭିକେ ପାଣ୍ଡିଆନ୍ଙ୍କୁ ମିଳିଛି ଆନ୍ତର୍ଜାତୀୟ ସମ୍ମାନ । ଅନ୍ତର୍ଜାତୀୟ ହକି ଫେଡେରେସନ୍ ପକ୍ଷରୁ ତାଙ୍କୁ ସମ୍ମାନଜନକ ପ୍ରେସିଡେଣ୍ଟସ୍ ଆଓ୍ୱାର୍ଡ ପ୍ରଦାନ କରାଯାଇଛି ।
ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏଫ୍ଆଇଏଚ୍ର ୪୭ ତମ ସମ୍ମିଳନୀରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏ ନେଇ ହକି ଇଣ୍ଡିଆ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଯିବା ସହ, ହକିର ପ୍ରଚାର ପ୍ରସାର ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁଁ ସେ ଏହି ପୁରସ୍କାର ପାଇବାକୁ ହକଦାର ବୋଲି କୁହାଯାଇଛି । ଏଥିସହିତ ହକି ଇଣ୍ଡିଆ ପକ୍ଷରୁ ମଧ୍ୟ ଟ୍ୱିଟ୍ ଯୋଗେ ଶ୍ରୀ ପାଣ୍ଡିଆନ୍ଙ୍କୁ ଶୁଭେଚ୍ଛା ଜଣାଯାଇଛି ।
ତେବେ ସମ୍ମାନଜନକ ପୁରସ୍କାର ପାଇବା ପରେ ବିଭିନ୍ନ ମହଲରୁ ପାଣ୍ଡିଆନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, କିଟ୍ ପ୍ରତିଷ୍ଠାତା ଡଃ.ଅଚ୍ୟୁତ ସାମନ୍ତ , ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ର ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
Congratulations to Mr. V Karthikeyan Pandian, IAS, and Private Secretary Private Secretary to Chief Minister, Odisha, on being recognised with the FIH Presidents Award during the #47thFIHCongress today. 👏
(1/2) pic.twitter.com/JWqU1rzzZb
— Hockey India (@TheHockeyIndia) May 22, 2021