ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଏମ୍ସ ଭୁବନେଶ୍ଵରର ସହଭାଗିତାରେ ଉତ୍କଳ ବିଶ୍ବବିଦ୍ୟାଳୟ “କୋଭିଡ ସହିତ ମୁକାବିଲା କିଛି ତଥ୍ୟ ଏବଂ ସାଧନ ନାମକ ଏକ ସମୟୋପଯୋଗୀ ୱେବିନାର ଶୃଙ୍ଖଳା ଆରମ୍ଭ କରିଛି । କୋଭିଡ ୧୯ ସମ୍ବନ୍ଧରେ ପ୍ରଚଳିତ ଅନେକ ଭୁଲ ଧାରଣା ଏବଂ ଗୁଜବକୁ ଦୂର କରିବା ଉପରେ ଆଲୋଚନା କରାଯାଇଛି।ଏହା ସହ କୋଭିଡର ପୂର୍ବ ଓ ପର ସ୍ଥିତି ସମ୍ବନ୍ଧୀୟ ପରିଚାଳନା ପ୍ରସଙ୍ଗରେ ବିଶେଷଜ୍ଞ ତଥ୍ୟ ଓ ଟିପ୍ପଣୀ ଉପସ୍ଥାପନ କରିଥିଲେ ।
ଏମ୍ସ ଭୁବନେଶ୍ବରର ସହଭାଗିତାରେ ଉତ୍କଳ ବିଶ୍ବବିଦ୍ୟାଳୟରେ କୋଭିଡ ଦ୍ବିତୀୟ ଲହର ମୁକାବିଲାକୁ ନେଇ ୱେବିନାରଏମ୍ସ ଭୁବନେଶ୍ବରର ସହଭାଗିତାରେ ଉତ୍କଳ ବିଶ୍ବବିଦ୍ୟାଳୟରେ କୋଭିଡ ଦ୍ବିତୀୟ ଲହର ମୁକାବିଲାକୁ ନେଇ ୱେବିନାରକୋଭିଡ ବିଷୟରେ ନାନା ଭୁଲ ତଥ୍ୟ ଏବଂ ଗୁଜବରୁ ସତର୍କ ହୋଇରହିବା ପ୍ରସଙ୍ଗରେ ଡ଼କ୍ଟର ପାତ୍ର କହିଥିଲେ ଯେ, ବର୍ତ୍ତମାନ ସମୟରେ ମହାମାରୀ ଯେଉଁ ସ୍ତରରେ ପହଞ୍ଚିଛି ଯେଉଁଠାରେ ଅତ୍ୟଧିକ ସୂଚନା ଉପଲବ୍ଧ ଅଛି ଏବଂ ଅଧିକାଂଶ କ୍ଷେତ୍ରରେ ଏହି ସୂଚନାଗୁଡିକ ଅବିଶ୍ବସନୀୟ ହୋଇଥାଏ । ମହାମାରୀ ସମ୍ବନ୍ଧୀୟ ସୂଚନା ପାଇଁ ଲୋକମାନେ ପ୍ରାମାଣିକ ଉତ୍ସ ଅନୁସରଣ କରିବା ଉଚିତ ଏବଂ ଯାଞ୍ଚ ହୋଇନଥିବା ଏବଂ ଅବିଶ୍ଵସନୀୟ ସୂଚନା ବିସ୍ତାର ନକରିବାକୁ ସେ ପରାମର୍ଶ ଦେଇଥିଲେ।
କୋଭିତ ସହିତ ଲଢ଼ିବା ପାଇଁ ସର୍ବୋତ୍ତମ ପଦକ୍ଷେପ ଭାବରେ ଜନସାଧାରଣଙ୍କ କୋଭିଡ ଉପଯୁକୁ ଆଚରଣ ଉପରେ ବିଶେଷ ଜ୍ଞାନ ଦେବାକୁ ଏମ୍ସ ନିର୍ଦ୍ଦେଶକ ଡକ୍ଟର ଗୀତାଞ୍ଜଳି ପଦ୍ମନାଭନ କହିଛନ୍ତି ।ଏଥିରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ, ଏମ୍ସ ନିର୍ଦ୍ଦେଶିକା ଗୀତାଞ୍ଜଳି ପଦ୍ମନାଭନ ସମେତ ପ୍ରାୟ ୮୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ ।