ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର:କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେଇଛି । ୨୫ ତାରିଖରେ ଏହା ଭେରୀ ସିଭିୟର ସାଇକ୍ଲୋନିକ ଷ୍ଟ୍ରମରେ ପରିଣତ ହୋଇ ୨୬ ରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି ।ସମ୍ଭାବ୍ୟ ବାତ୍ୟା ୟାସକୁ ଦୃଷ୍ଟିରେ ରଖି ଟ୍ରେନ ବାତିଲ ନିଷ୍ପତ୍ତି ନେଇଛି ରେଳ ବିଭାଗ । ସମ୍ଭାବ୍ୟ ବାତ୍ୟା ପାଇଁ ଇଷ୍ଟକୋଷ୍ଟ ଜୋନ୍ର କେତକ ଟ୍ରେନକୁ ବାତିଲ କରାଯାଇଛି। ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ପେସାଲ, ଭୁବନେଶ୍ୱର-ହାଓ୍ବଡା ଜନଶତାଦ୍ଦୀ, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ, ହାଓ୍ବାଡ଼ା-ପୁରୀକୁ ବାତିଲ କରାଯାଇଛି ।
ସେହିପରି ଭୁବନେଶ୍ୱର-ସିକନ୍ଦରାବାଦ୍-ବିଶାଖା, ପୁରୀ-ଋ଼ଷିକେଶ କଳିଙ୍ଗ ଉତ୍କଳ ଭଳି ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି। ଏହାସହ ଅହମ୍ମଦାବାଦ୍, ସୁରତ, ଅଜମେରକୁ ପୁରୀରୁ ସଂଯୋଗ କରୁଥିବା ଟ୍ରେନକୁ କ୍ୟାନ୍ସଲ କରିଛି ଇଷ୍ଟକୋଷ୍ଟ ରେଲୱେ। ଇଷ୍ଟକୋଷ୍ଟ ଜୋନର ହାଓଡା-ଚେନ୍ନାଇ ମେନ୍ଲାଇନର ଟ୍ରେନକୁ ବି ବାତିଲ କରାଯାଇଛି। ବାତ୍ୟା ପୂର୍ବରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରେନକୁ ବାତିଲ କରିଛି ପୂବର୍ତଟ ରେଳବାଇ।
କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେଇଛି। ଆସନ୍ତାକାଲି ଏହା ଅବପାତର ରୂପ ନେବ । ୨୪ ତାରିଖ ସୁଦ୍ଧା ଏହା ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ତେବେ ୨୫ ତାରିଖରେ ଏହା ଭେରୀ ସିଭିୟର ସାଇକ୍ଲୋନିକ ଷ୍ଟ୍ରମରେ ପରିଣତ ହେବ । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ବୋଲି ଜଣାପଡ଼ିଛି ।
ଉତ୍ତର ଓଡିଶା, ବଙ୍ଗଳାଦେଶ ଓ ପଶ୍ଚିମ ବଙ୍ଗ ଉପରେ ଏହାର ପ୍ରଭାବ ପଡ଼ିବ । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।