ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ମେ’ ୨୬ରେ ଦେଖା ଯିବ । ଚଳିତ ବର୍ଷର ଏହି ପ୍ରଥମ ଚନ୍ଦ୍ର ଗ୍ରହଣ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ। ହେଲେ ଭାରତରେ ଏହି ଚନ୍ଦ୍ର ଗ୍ରହଣ ଉପଛାୟା ଭଳି ଦେଖାଯିବ।
ଗ୍ରହଣର ବୈଜ୍ଞାନିକ ମହତ୍ତ୍ୱ ସହ ଧାର୍ମିକ ଓ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହାର ମହତ୍ତ୍ୱ ରହିଛି। ଧାର୍ମିକ ବିଶ୍ୱାସ ଅନୁସାରେ, ଗ୍ରହଣକୁ ଅଶୁଭ ବୋଲି କୁହାଯାଇ ଥାଏ। ଏଥିପାଇଁ ଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ ହୁଏ ନାହିଁ।
ଭାରତୀୟ ସମୟ ଅନୁସାରେ, ମେ’ ୨୬ ତାରିଖ ଅପରାହ୍ନ ୨ଟା ୧୭ ମିନିଟରେ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ୧୯ରେ ସରିବ।