ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆସନ୍ତା ସପ୍ତାହରେ ଆମେରିକା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ଏ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । କୁହାଯାଉଛି କି ଏହି ଗସ୍ତ ସମୟରେ ଜୟଶଙ୍କର ଆମେରିକାର ଟିକା କଂପାନିମାନଙ୍କ ଦ୍ୱାରା ଭାରତରେ କରୋନା ପ୍ରତିଷେଧକ ଟିକା ଉତ୍ପାଦନ କରାଯିବା ଉପରେ ଆଲୋଚନା କରିବେ । ଭାରତ ଆମେରିକୀୟ କଂପାନିମାନଙ୍କ ଠାରୁ ଟିକା କିଣିବା ସହ ଭାରତରେ ସେମାନଙ୍କ ଦ୍ୱାରା ଟିକା ଉତ୍ପାଦନ ଉପରେ ଗୁରୁତ୍ୱାରୋପ କରୁଛି ।
ତେବେ ଭାରତକୁ କୋଭିଡ ଯୁଦ୍ଧରେ ସାହାଯ୍ୟ କରିବାକୁ ଆଗେଇ ଆସିଛି ଆମେରିକା । ଅକ୍ସିଜେନ୍ ପ୍ଲାଣ୍ଟ, ମେଡ଼ିସିନ ଆଦି ପୁର୍ବରୁ ଭାରତକୁ ପ୍ରଦାନ କରିଛି ଆମେରିକା ।