ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଏଣିକି ମାତ୍ର ୭୫ ଟଙ୍କାରେ ମାପି ପାରିବେ ଶରୀରର କେତେ ରହିଛି ଆଣ୍ଟିବଡି । କରୋନା ଯୁଦ୍ଧରେ ଲଢ଼ିବା ପାଇଁ ଡିଆରଡିଓ ପ୍ରସ୍ତୁତ କରିଛି ଡିପକୋଭ୍ୟାନ ନାମକ ଏକ କିଟ୍ । ଯାହା ମାଧ୍ୟମରେ ଶରୀରର ଆଣ୍ଟିବଡି ମାପି ହେବ । ତେବେ ଏହାର ମୂଲ୍ୟ ଡିଆରଡିଓ ୭୫ ଟଙ୍କା ରଖିଛି ।
ବର୍ତ୍ତମାନ ଏହି କିଟ୍ ୧ ହଜାରରୁ ଅଧିକ ଲୋକଙ୍କ ଶରୀରରେ ପରୀକ୍ଷା କରାଯିବ । ଆଇସିଏମଆର ଏହି କିଟ୍ କୁ ଏପ୍ରିଲ ମାସରେ ମଞ୍ଜୁରୀ ପ୍ରଦାନ କରିଥିଲା । ଏହାସହ ଡିସିଜିଆଇ ମେ ମାସରେ ଏହାର ବ୍ୟବହାରକୁ ଅନୁମତି ଦେଇଥିଲା । ସୂଚନା ମୁତାବକ ଜୁନମାସ ପ୍ରଥମ ସପ୍ତାହରେ ଏହି କିଟ୍ ବଜାରରେ ଉପଲବ୍ଧ ହେବ ।
ତେବେ ଏହା ପୁର୍ବରୁ ଡିଆରଡିଓ କୋରୋନା ବିରୋଧରେ ଲଢେ଼ଇ ପାଇଁ ୨-ଡିଜି ଭଳି ଔଷଧ ପ୍ରସ୍ତୁତ କରିଥିଲା । ଯାହା ଶରୀରରେ ଅମ୍ଳଜାନ ସ୍ତର ସଠିକ୍ ରଖିବା ସହ ଖୁବ୍ ଶୀଘ୍ର କରୋନାକୁ ହରାଇ ଥାଏ ।