ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ଆରବ ସାଗରରେ ବାର୍ଜ P305 ବୁଡିବାକୁ 4 ଦିନ ବିତିଗଲାଣି । ବର୍ତ୍ତମାନ ସୁଦ୍ଧା 49 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ 37 ଜଣ ଏବେବି ନିଖୋଜ ଅଛନ୍ତି । ବାତ୍ୟା ତାଉ’ ତେ ସମୟରେ ସମୁଦ୍ରରେ ବାର୍ଜ P305 ବୁଡି ଯାଇଥିଲା । ମୋଟ୍ 261 ଜଣଙ୍କ ମଧ୍ୟରୁ 186 ଜଣଙ୍କୁ ଉଦ୍ଧାର କରାଯାଇଛି । ବାର୍ଜ ସହ ସହଯୋଗୀ ଡଙ୍ଗାରେ ଥିବା 13 ଜଣଙ୍କ ମଧ୍ୟରୁ 2 ଜଣଙ୍କୁ ଉଦ୍ଧାର କରାଯାଇଛି ।
ପ୍ରକାଶଥାଉକି, ବାତ୍ୟା ସମୟରେ ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମ ପାଇଁ କାର୍ଯ୍ୟ କରୁଥିବା ପ୍ରାଇଭେଟ୍ କଣ୍ଟ୍ରାକ୍ଟର ଆଫକନ୍ ସମୁଦ୍ରରେ 3ଟି ବାର୍ଜ, କିଛି ସହଯୋଗୀ ଡଙ୍ଗା ଓ ଡ୍ରିଲସିପ୍ ନିୟୋଜିତ କରିଥିଲା । ଏହି ସମୟରେ ଅସାବଧନତା କାରଣରୁ 3ଟି ବ୍ୟାରେଜ ମଝି ସମୁଦ୍ରକୁ ଭାସି ଯାଇଥିଲା । 2ଟି ବ୍ୟାରେଜରୁ 440 ଜଣ ଓ ଡ୍ରିଲ ସିପ୍ କୂଳକୁ ସୁରକ୍ଷିତ ଭାବେ ଫେରିଥିବା ବେଳେ P305 ନିଖୋଜ ଥିଲା ।ଭାରତୀୟ ଜଳ ସେନା ଓ କୋଷ୍ଟାଲ ଗାର୍ଡ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଭାରତୀୟ ଜଳସେନା 6ଟି ଯୁଦ୍ଧପୋତକୁ କାର୍ଯ୍ୟରେ ଲଗାଇଛି । ଏଥିରେ INS କୋଚି, INS କୋଲକାତା, INS ତଲୱାର, INS ବିସ୍, INS ବେତୱା, INS ତେଗ୍ ନିୟୋଜିତ ଅଛନ୍ତି । ଏହାସହ ଓଏନଜିସି ମଧ୍ୟ 20 ଟି ଜାହାଜକୁ ନିୟୋଜିତ କରିଛି । 15ଟି ହେଲିକାପ୍ଟର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।