ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନା ସଂକ୍ରମଣ ପାଇଁ ଦେଶରେ ଏକ୍ସପ୍ରେସ ଚଳାଚଳରେ ପରିବର୍ତ୍ତନ କରାଯାଇଛି । ଏଣିକି ସପ୍ତାହକୁ ମାତ୍ର ୨ ଦିନ ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଚାଲିବ ।କରୋନା ସଂକ୍ରମଣ ପାଇଁ କମ୍ ଯାତ୍ରୀ ହେଉଥିବା ଯୋଗୁଁ ଓ ସଂକ୍ରମଣରେ ରୋକ ଲଗାଇବା ପାଇଁ ଭାରତୀୟ ରେଲଓ୍ୱେ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ରାଜଧାନୀ ଏକ୍ସପ୍ରେସ ଭାୟା ଟାଟା ଭୁବନେଶ୍ୱରରୁ କେବଳ ମଙ୍ଗଳବାର ଚାଲିବ। ଏହାସହ ମେ ୨୧ରୁ ଜୁନ ୧ ଭିତରେ କେବଳ ବୁଧବାର ଦିଲ୍ଲୀରୁ ଭୁବନେଶ୍ୱର ଫେରିବ ରାଜଧାନୀ ଏକ୍ସପ୍ରେସ୍ । ରାଜଧାନୀ ଏକ୍ସପ୍ରେସ ଭାୟା ଆଦ୍ରା-ଭୁବନେଶ୍ୱରରୁ କେବଳ ରବିବାର ଚାଲିବାକୁ ଥିବା ବେଳେ ରାଜଧାନୀ ଏକ୍ସପ୍ରେସ ଭାୟା ଆଦ୍ରା ନୂଆଦିଲ୍ଲୀରୁ କେବଳ ସୋମବାର ଚାଲିବ ବୋଲି ସୂଚନା ମିଳିଛି ।
ଏହି ଟ୍ରେନ ଭୁବନେଶ୍ୱରରୁ ୨୬, ନୂଆଦିଲ୍ଲୀରୁ ୨୮ରେ ବାତିଲ ରହିବ । ରାଜଧାନୀ ଏକ୍ସପ୍ରେସ ଭାୟା ସମ୍ବଲପୁର ଓ ରାଉରକେଲା ମଧ୍ୟ ବାତିଲ ରହିବ ବୋଲି ସୂଚନା ମିଳିଛି । ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମେ ୨୨ ଓ ୨୯ରେ ଭୁବନେଶ୍ୱରରୁ, ୨୩ ଓ ୩୦ରେ ନୂଆଦିଲ୍ଲୀରୁ ରାଜଧାନୀ ଟ୍ରେନ୍ ବାତିଲ ରହିବ । ପୂର୍ବତଟ ରେଳପଥର ୬ଟି ଦୂରଗାମୀ, ପାସେଞ୍ଜର ଓ ମେମୁ ଟ୍ରେନ ବି ବାତିଲ ହେବା ନେଇ ନିଷ୍ପତ୍ତି ହୋଇଛି । କେବଳ ରାଜଧାନୀ ଏକ୍ସପ୍ରେସ ନୁହେଁ ବରଂ ଆଉ କିଛି ଟ୍ରେନର ସମୟ ନିର୍ଘଣ୍ଟ ପରିବର୍ତ୍ତନ, ସାମୟିକ ବାତିଲ ନେଇ ବିଜ୍ଞପ୍ତି ଜାରି କରାଯାଇଛି ।