ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଏହାର ଟେଷ୍ଟ ପାଇଁ ନୂତନ ଗାଇଡଲାଇନ ଜାରି କରିଛି ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ICMR) । ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ପାଇଁ ଏହି ଆଡଭାଇଜରି ଜାରି ହୋଇଛି । ଘରେ ଟେଷ୍ଟ ପାଇଁ କୋଭିସେଲ୍ଫ ନାମକ କିଟ୍ ବ୍ୟବହାର ପାଇଁ ପ୍ରସ୍ତାବ ଦିଆଯାଇଛି । ତେବେ ଖୁବଶୀଘ୍ର ଏହି କିଟ୍ ବଜାରରେ ଉପଲବ୍ଧ ହେବ । ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ପାଇଁ କେବଳ ନାକରୁ ସ୍ୱାବ୍ ସଂଗ୍ରହ ଆବଶ୍ୟକ ହେବ ବୋଲି କୁହାଯାଇଛି । ଲକ୍ଷଣ ଥିଲେ କିମ୍ବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ଟେଷ୍ଟ କରିପାରିବେ । ପଜିଟିଭ୍ ବାହାରିଲେ ଆଉ କୌଣସି ଟେଷ୍ଟର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି । ଲକ୍ଷଣ ଥାଇ ନେଗେଟିଭ୍ ଥିଲେ RTPCR ଟେଷ୍ଚ କରିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି । ତେବେ କିପରି ବ୍ୟବହାର କରାଯିବ ସେନେଇ ଏକ ଭିଡିଓ ଲିଙ୍କ୍ ICMR ପକ୍ଷରୁ ଜାରି କରାଯାଇଛି।