ସନଷ୍ଟାର ଟିଭି ବ୍ୟୁରୋ
ବ୍ରହ୍ମପୁର: ଆଜି ଉଦଘାଟନ ହେବ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ କ୍ୟାମ୍ପସରେ ଲିକ୍ୱିଡ୍ ଅକ୍ସିଜେନ୍ ପ୍ଲାଣ୍ଟ । ଆଜି ସନ୍ଧ୍ୟା ୫ଟା ୩୦ରେ ଏହାକୁ ଉଦ୍ଘାଟନ କରବାକୁ ନିଷ୍ପତ୍ତି ନିଆଯାଇଥିବା ଏମ୍କେସିଜି ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର କହିଛନ୍ତି । ଅକ୍ସିଜେନ୍ ପ୍ରୋସେସିଂ ପ୍ଲାଣ୍ଟର କାର୍ଯ୍ୟ ପୂର୍ବରୁ ସରିଥିବା ବେଳେ ବୁଧବାର ସନ୍ଧ୍ୟା ସୁଦ୍ଧା ପିଏମ୍ଏସ୍ଏସ୍ୱାଇ କୋଠାକୁ ଅକ୍ସିଜେନ୍ ପାଇପ୍ ବିଛା ମଧ୍ୟ ସରିଛି । ଆଜି ସକାଳୁ ଅକ୍ସିଜେନ୍ ପାଇପ୍ ମେନିଫୋଲ୍ଡ ରୁମ୍କୁ ସଂଯୋଗ କରାଯିବ ଏବଂ ଠିକ୍ କାର୍ଯ୍ୟକରୁଛି କି ନାହିଁ ପରୀକ୍ଷା ହୋଇଛି । ଗୁରୁବାର ହିଁ ଲିକ୍ୱିଡ୍ ଅକ୍ସିଜେନ୍ ଯାଜପୁରରୁ ଆସିବ । ସନ୍ଧ୍ୟାରେ ପ୍ଲାଣ୍ଟ ଉଦ୍ଘାଟନ ହେବା ପରେ ଶୁକ୍ରବାର ରୋଗୀଙ୍କୁ ଅକ୍ସିଜେନ୍ ଦେବା ବ୍ୟବସ୍ଥା କରାଯାଉଛି ବୋଲି ଅଧୀକ୍ଷକ ପ୍ରଫେସର ଡା. ମିଶ୍ର କହିଛନ୍ତି ।