ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ମହାମାରୀ ଭଳି ସଙ୍କଟ ସମୟରେ ଆଉ ଏକ ରୋଗ ଚିନ୍ତାର କାରଣ ସାଜିଛି । ଯାହା ହେଉଛି ବ୍ଲାକ୍ ଫଙ୍ଗସ୍ । ଦେଶରେ ବିଭିନ୍ନ ରାଜ୍ୟରେ ଏବେ ବ୍ଲାକ୍ ଫଙ୍ଗସ ମାମଲା ସାମ୍ନାକୁ ଆସିଲାଣି ଓ ଏହା ବୃଦ୍ଧି ପାଉଥିବାର ଦେଖାଯାଉଛି । ତେବେ ଏହାର ଲକ୍ଷଣ ଓ ଏଥିରୁ ରକ୍ଷା ପାଇବାର ଉପାୟକୁ ନେଇ AIIMS ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଜାଣନ୍ତୁ ସେହି ଗାଇଡଲାଇନ ବିଷୟରେ ।
କେଉଁ ରୋଗୀଙ୍କ ପାଇଁ ଏହା ଅଧିକ କ୍ଷତିକାରକ
- ଯେଉଁ ଡାଇବେଟିସ୍ (ମଧୁମେହ) ରୋଗୀମାନେ steroid ବା tocilizumab ମେଡିସିନ ସେବନ କରୁଛନ୍ତି ସେମାନଙ୍କ ଉପରେ ଏହାର ଅଧିକ ପ୍ରଭାବ ପଡିଥାଏ ।
- କ୍ୟାନସରରେ ପଡୀତ ରୋଗୀଙ୍କୁ ଏହା ଅଧିକ ବିପଦଜନକ ।
- ଯେଉଁ ରୋଗୀ steroid ବା tocilizumab କୁ ଅଧିକ ମାତ୍ରାରେ ସେବନ କରୁଛନ୍ତି ।
- କରୋନାରେ ପିଡୀତ ରୋଗୀ ଯେଉଁମାନେ ଅକ୍ସିଜେନ ମାକ୍ସ ବା ଭେଣ୍ଟିଲେଟର ଜରିଆରେ ଅକ୍ସିଜେନ ସପୋର୍ଟରେ ରହିଥିବେ ।
ବ୍ଲାକ୍ ଫଙ୍ଗସର ଲକ୍ଷଣ
- ନାକରୁ ରକ୍ତ ବାହାରିବା, ଫୁସଫୁସ୍ ଜାମ୍ ହେଇଯିବା, କିମ୍ୱା କଳା ରଙ୍ଗର ପଦାର୍ଥ ବାହାରିବା
- ନାକ ବନ୍ଦ ହେଇଯିବା, ଆଖି ଓ ମୁଣ୍ଡରେ ଯନ୍ତ୍ରଣା ଅନୁଭବ ହେବା, ସ୍ପଷ୍ଟ ନ ଦେଖାଯିବା, ଆଖି ଲାଲ୍ ପଡିବା, ବିନ୍ଧା ହେବା, ଆଖି ଖୋଲିଲେ କିମ୍ୱା ବନ୍ଦ କଲେ କଷ୍ଟ ଲାଗିବା ।
- ମୁହଁ ଝିମ୍ ଝିମ୍ ଲାଗିବା।
- ମୁହଁ ଖୋଲିଲେ କିମ୍ୱା କିଛି ଚୋବାଇଲେ କଷ୍ଟ ଲାଗିବା ।
ତେବେ ଏଭଳି ଲକ୍ଷଣ ଦେଖା ଦେଲେ ଚିନ୍ତିତ ନ ହୋଇ ଡାକ୍ତରଙ୍କୁ ଦେଖାଇବା ଉଚିତ୍ । ସଠିକ୍ ସମୟରେ ଦେଖାଇଲେ ବ୍ଲାକ୍ ଫଙ୍ଗସ୍ ରୋଗ ର ଉପଚାର ସମ୍ଭବ ଅଟେ ।