ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ପୁରୀରେ ଉଠା ଦୋକାନଙ୍କୁ ଉଠାଇବା ନେଇ ଉତ୍ତେଜନା ଦେଖାଯାଇଛି । ପୁରୀର ବଡଶଙ୍ଖଠାରେ ଉଠା ଦୋକାନକୁ ପୋଲିସ ଉଠାଇବାକୁ କହୁଥିବା ବେଳେ ପୋଲିସ ଓ ସେଠାକାର ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ ହୋଇଛନ୍ତି । ଠେଲା ବ୍ୟବସାୟୀଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । ଏଥିରେ ବ୍ୟବସାୟୀ ଜଣକ ଗୁରୁତର ହୋଇଛନ୍ତି ।
ତେବେ ସୂଚନା ଅନୁଯାୟୀ, ବଡଶଙ୍ଖରେ ଉଠା ବ୍ୟବସାୟୀମାନେ କୋଭିଡ ଗାଇଡଲାଇନକୁ ଅବମାନନା କରି ଦୋକାନ ଖୋଲିବା ସହ ବ୍ୟବସାୟ କରୁଥିଲେ । ସେହି ସମୟରେ ପୋଲିସ ପହଞ୍ଚି ଦୋକାନ ବନ୍ଦ କରିବାକୁ କହିଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଏତେ ବଢିଯାଇଥିଲା ପୋଲିସ ମାଡରେ ଜଣେ ଗୁରୁତର ହୋଇଥିଲା । ତେବେ ଏବାର ପ୍ରତିବାଦ କରି ବ୍ୟବସାୟୀ ସଂଘ ଓ ପରିବାର ଲୋକ ଧାରଣାରେ ବସିଥିଲେ । ପରେ ପୋଲିସ ଆସି ବୁଝାସୁଝା କରିବା ପରେ ସେମାନେ ଧାରଣାରୁ ହଟିଥିଲେ । ତେବେ ଘଟଣା ସ୍ଥଳରେ ପୋଲିସ ମୁତୟନ ରହିଛନ୍ତି ।