ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଚିନ୍ତାର କାରଣ ସାଜିଥିବା ବେଳେ ଆହୁରୀ ଚିନ୍ତା ବଢାଇଛି ଅକ୍ସିଜେନ ସିଲିଣ୍ଡର ଏବଂ ଔଷଧ କଳାବଜାରୀ । ଅକ୍ସିଜେନ ସିଲିଣ୍ଡର ଓ ଔଷଧକୁ ନେଇ ହେଉଥିବା କଳାବଜାରି ଖବର ସାମ୍ନାକୁ ଆସିବା ପରେ ରାଜ୍ୟ ମାନବାଧିକାର ଆୟୋଗ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।ନିଜ ଆଡୁ ଏନେଇ ମାମଲା ରୁଜୁ କରିବା ସହ ରାଜ୍ୟ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ସ୍ୱାସ୍ଥ୍ୟ ବିଭାଗ ACSଙ୍କୁ ଜବାବ ତଲବ କରିଛନ୍ତି ରାଜ୍ୟ ମାନବାଧିକାର ଆୟୋଗ ।
ଏଥିସହ ଅକ୍ସିଜେନ୍ ଓ ଔଷଧର କଳାବଜାରୀ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ସହ କଳାବଜାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପିଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ମାନବଧିକାର କମିଶନ ।