ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟକୁ କରୋନା ମୁକ୍ତ କରିବା ପାଇଁ ଟିକାକରଣ ଅଭିଯାନ ଜାରି ରହିଛି । । ବୃଦ୍ଧ, ବୟସ୍କ ଓ ବିଭିନ୍ନ ରୋଗରେ ପିଡୀତ ବ୍ୟକ୍ତିମାନଙ୍କୁ ଟିକା ଦିଆଯିବା ପରେ ଏବେ 18ରୁ 44 ବର୍ଷୀୟ ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯାଉଛି । ତେବେ ଭୁବନେଶ୍ୱରରେ 18ରୁ 44 ବର୍ଷୀୟ ବର୍ଗ ଏବଂ 45 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ପାଇଁ COVID ଟୀକାକରଣ ପାଇଁ ନୂତନ ସ୍ଲଟ୍ ଆଜି ଖୋଲିବ |ସନ୍ଧା 6 ଟା ସମୟରେ ଏହା ଆରମ୍ଭ ହେବାକୁ ଯାଉଛି । ତେବେ ଯେଉଁମାନେ ଟିକାନେବାକୁ ପଞ୍ଜୀକରଣ କରିଥିବେ ସେମାନେ ସ୍ଲଟ ବୁକ୍ କରିବାକୁ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ନାଗରିକମାନେ http://selfregistration.cowin.gov.in ରେ ପଞ୍ଜୀକରଣ ଏବଂ ବୁକ୍ ସ୍ଲଟ୍ କରିପାରିବେ । ସ୍ଲଟ୍ ବୁକିଂ ନକରି ଟୀକାକରଣ କେନ୍ଦ୍ରକୁ ଆସି ଭିଡ ନ କରିବାକୁ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
&
📢 New slots for COVID Vaccination of 18 – 44 age groups & 45+ in Bhubaneswar will open today at
6.00 pm.
Citizens can do the registration and book slot at https://t.co/Y6Ip8MVYeHWithout booking slots please don’t come to Vaccination Centre.#LargestVaccineDrive pic.twitter.com/oq15mJcJwc
— BMC (@bmcbbsr) May 19, 2021
;