ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ୧୧ ହାଜର ଉପରେ ରହିଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୧୦୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୬୨୧୪ ଓ ଲୋକାଲ କଣ୍ଟାକ୍ଟରୁ ୪୮୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ତେବେ ଗତକାଲି ପରି ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ୧୪୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଅନୁଗୁଳରୁ ୫୫୨, ବାଲେଶ୍ୱର ୪୦୮, ବରଗଡ଼ ୩୩୯, ଭଦ୍ରକ ୪୩୧, ବଲାଙ୍ଗୀର ୨୮୮, ବୌଦ୍ଧ ୨୧୩, କଟକ ୮୬୭, ଦେବଗଡ଼ ୧୦୭, ଢେଙ୍କାନାଳ ୧୬୨, ଗଜପତି ୮୨, ଗଞ୍ଜାମ ୧୯୬, ଜଗତସିଂହପୁର ୩୦୨, ଯାଜପୁର ୩୭୮, ଝାରସୁଗୁଡ଼ା ୩୦୭, କଳାହାଣ୍ଡି ୨୯୯, କଳାହାଣ୍ଡି ୮୮, କେନ୍ଦ୍ରାପଡ଼ା ୧୫୬, କେନ୍ଦୁଝର ୧୬୫, , କୋରାପୁଟ ୨୮୦, ମାଲକାନଗିରି ୧୦୨, ମୟୂରଭଞ୍ଜ ୫୦୭, ନବରଙ୍ଗପୁର ୩୫୧, ନୟାଗଡ଼ ୨୭୭, ନୂଆପଡ଼ା ୨୩୨, ପୁରୀ ୩୫୬, ରାୟଗଡ଼ା ୧୭୦, ସମ୍ୱଲପୁର ୫୪୭, ସୋନପୁର ୨୫୨, ସୁନ୍ଦରଗଡ଼ ୯୮୩ ଓ ଷ୍ଟେଟ୍ ପୁଲରୁ ୨୪୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ୨୧ ରହିଛି । କଳାହାଣ୍ଡିରୁ ସର୍ବାଧିକ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିପରି କୋରାପୁଟ, ମୟୂରଭଞ୍ଜ,ସମ୍ବଲପୁର ଓ ସୁନ୍ଦରଗଡ଼ରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । କେନ୍ଦୁଝର, ନୟାଗଡ଼, ନୂଆପଡ଼ା, ପୁରୀରୁ ଜଣେ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।