ସନଷ୍ଟାର ଟିଭି ବ୍ୟୁରୋ
କଟକ: ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ କଟକ ମହାନଗର ନିଗମ ପକ୍ଷରୁ ଏକ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ୭୦ ବର୍ଷରୁ ଅଧିକ ବୟସ୍କ ଲୋକମାନଙ୍କୁ କରୋନା ଟେଷ୍ଟିଂ ହେଉ କିମ୍ବା ଟିକା ନେବା ପାଇଁ ଆଉ ବାହାରକୁ ଯିବାକୁ ପଡିବନି । କଟକରେ ବୟସ୍କ ଲୋକଙ୍କ ପାଇଁ ଭ୍ୟାକ୍ସିନେସନ ଆଣ୍ଡ ଟେଷ୍ଟିଂ ଅନ୍ ହୁଇଲ ବ୍ୟବସ୍ଥା କରାଯାଇଛି । ଏହି ବ୍ୟବସ୍ଥା ଅନୁସାରେ, ବୟସ୍କ ଲୋକମାନେ କରୋନା ଟେଷ୍ଟିଂ କିମ୍ବା ଟିକା ନେବା ପାଇଁ ଘରୁ କୁଆଡ଼େ ଯିବାକୁ ପଡ଼ିବ ନାହିଁ । ଏଥିପାଇଁ ସଂପୃକ୍ତ ବିଭାଗୀୟ କର୍ମଚାରୀ ଘରକୁ ଆସି ଟିକା ଦେବା ସହ ନମୂନା ସଂଗ୍ରହ କରିନେବେ।
ଏଥିସହ ମୋବାଇଲ ଭ୍ୟାନ ଜରିଆରେ ଘରକୁ ଘର ଯାଇ ଟିକା ଦେବା ସହିତ ସାମ୍ପଲ ଟେଷ୍ଟ କରାଯିବ । ସୋମବାରରୁ ଶୁକ୍ରବାର ଯାଏ ସକାଳ ୧୦ଟାରୁ ଅପରାହ୍ନ ୩ଟା ଯାଏ ଏହି ସେବା ଉପଲବ୍ଧ ହେବ। ବୟସ୍କ ଲୋକ ଓ ଦିବ୍ୟାଙ୍ଗମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ସୁବିଧା କରିଛି ସିଏମ୍ସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।