ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ସାରା ଦେଶରେ କରୋନା ମହାମାରୀ ନିଜର ପ୍ରଳୟଙ୍କାରୀ ରୂପ ଦେଖାଇଚାଲିଛି । ହଜାର ହଜାର ଲୋକ ପ୍ରତିଦିନ ଏହାର କବଳରେ ଆସି ମୃତ୍ୟୁବରଣ କରୁଛନ୍ତି । ଅନେକ ସଂସାର କରୋନା ପାଇଁ ଉଜୁଡି ଗଲାଣି । ତେବେ ଏପରି ସମୟରେ ସାହାଯ୍ୟର ହାତ ବଢାଇଛନ୍ତି ବଲିଉଡ୍ ଅଭିନେତ୍ରୀ କରିନା କପୁର ଖାନ ।
କରୋନାରେ ସ୍ୱାମୀ ହରାଇ ବିଧବା ହୋଇଥିବା ମହିଳାଙ୍କୁ ସହଯୋଗ କରିବାକୁ ଏକ ଅଭିଯାନ ଆରମ୍ଭ କରିଛନ୍ତି ବଲିଉଡ୍ ଅଭିନେତ୍ରୀ କରୀନା କାପୁର। ଏହି ଅଭିଯାନ ନାଁ ରହିଛି covidwidows.in । କରୀନାଙ୍କର ଏହି ଅଭିଯାନ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସେ ନିଜ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।
covidwidows.in.ଟି କରୋନାରେ ବିଧବା ହୋଇଥିବା ମହିଳାଙ୍କୁ ସବୁ ପ୍ରକାର ସହୟତା ଯୋଗାଇ ଦେବ । ସେମାନଙ୍କୁ ମାନସିକ ବଳ ଦେବା ସହିତ ଚାକିରି ସୁବିଧା ବି ଦିଆଯିବ ବୋଲି କରୀନା ସୂଚନା ଦେଇଛନ୍ତି । ତା ସହିତ ସେମାନେ ଯେଉଁ ସମର୍ଥନ ଚାହିଁବେ ସଂସ୍ଥା ସେମାନଙ୍କୁ ସେମିତି ସହାଯ୍ୟ କରିବ ବୋଲି ସୂଚନା ମିଳିଛି ।