ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ଦୁଇ ଦିନ ହେବ ପ୍ରବଳ ତାତି ଅନୁଭୂତ ହେଉଥିବା ବେଳେ ଏହି ତାତିରୁ ମିଳିବାକୁ ଯାଉଛି ଆଶ୍ୱସ୍ତୀ । କାରଣ ଆଗାମୀ ୫ ଦିନ ଯାଏଁ ବର୍ଷା ହେବାର ସମ୍ଭାବନା କହିଛି ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାକୁ ଥିବା ବେଳେ କିଛି ଜିଲ୍ଲାରେ ବର୍ଷା ସହ 30 ରୁ 40 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।
ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଆଦି ରହିଛି । ବାକି ଥିବା ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।
କିନ୍ତୁ ୨୦ ତାରିଖ ଅପରାହ୍ନ ଆଡ଼କୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ସେହିପରି ୨୧ ତାରିଖ ଦିନ ସମଗ୍ର ଉପକୂଳ ଜିଲ୍ଲା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ହେବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ ।
ତେବେ ଆଜି ରାଜ୍ୟର ପ୍ରାୟ ୭ ଜିଲ୍ଲାରେ ୪୦ଡିଗ୍ରୀ ଉପରେ ପାରଦ ରହିଛି । ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୪୧ଡ଼ିଗ୍ରୀ ରହିଥିବା ବେଳେ ଏହା ପଛକୁ ସୋନପୁର ୪୦.୮, ଅନୁଗୁଳ ୪୦.୭, ସମ୍ବଲପୁର ୪୦.୫ , ମାଲକାନଗିରି ୪୦ , ଟିଟଲାଗଡ ୪୦, ସୁନ୍ଦରଗଡ ୪୦ ରହିଛି ।
#Warning for Day-3 & Day-4 pic.twitter.com/KM6f31muFg
— Meteorological Centre, Bhubaneswar (@mcbbsr) May 18, 2021
&
#Forecast for Day-1 To Day-5 pic.twitter.com/XJ6MqiWtRf
— Meteorological Centre, Bhubaneswar (@mcbbsr) May 18, 2021
;