ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନାର ସ୍ଥିତି ଦେଖି ରାଜ୍ୟରେ ପୁଣି ୨ ସପ୍ତାହ ଯାଏ ଲକ୍ଡାଉନ୍ ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ୧୯ ତାରିଖ ଯାଏ ଲକ୍ଡାଉନ୍ ରହିଥିବା ବେଳେ ଏବେ ଏହା ଜୁନ ୧ ଯାଏଁ ବୃଦ୍ଧି କରାଯାଇଛି । ତେବେ ଜାଣନ୍ତୁ ଏହି ସମୟରେ କେଉଁ କେଉଁ ଦୋକାନ ଖୋଲା ରହିବ ।
ସକାଳ ୫ଟାରୁ ୮ଟା ପର୍ଯ୍ୟନ୍ତ ଖବର କାଗଜ ବିତରଣ ଅନୁମତି
ଲକ୍ଡାଉନ୍ରେ ଦୈନିକ ୪ ଘଣ୍ଟା ଖୋଲିବ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ
ପରିବା, ଗ୍ରୋସରୀ, ଛାତ୍ରଛାତ୍ରୀଙ୍କ ପଢ଼ା ବହି ଦୋକାନ ଖୋଲା ରହିବ
କମ୍ପ୍ୟୁଟର, ମୋବାଇଲ ମରାମତି ଦୋକାନ ମଧ୍ୟ ଖୋଲା ରହିବ
ଇଲେକ୍ଟ୍ରିକ୍, ଇଲେକ୍ଟ୍ରୋନିକ୍ସ ମରାମତି ଦୋକାନ ଖୋଲା ରହିବ
ଏସି, କୁଲର, ୱାଟର ପ୍ୟୁରିଫାୟର ମରାମତି ଦୋକାନ ଖୋଲା ରହିବ
ସିମେଣ୍ଟ, ରଡ୍, ଚିପ୍ସ ଆଦି ନିର୍ମାଣ ସାମଗ୍ରୀ ଦୋକାନ ଖୋଲା ରହିବ
କେବଳ କ୍ଷୀର ବିକିବାକୁ ଓମ୍ଫେଡ୍ ଦୋକାନ ଖୋଲା ରହିବ
ଓମ୍ଫେଡ୍ ଦୋକାନରେ ଚା’, କଫି ଆଦି ବିକ୍ରି କରାଯିବା ମନା
ଗ୍ୟାରେଜ ଓ ଗାଡ଼ି ମରାମତି ଦୋକାନ ଖୋଲିବାକୁ ଅନୁମତି