ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ପୁଣି ବଢିଲା ଲକ଼ଡାଉନ । ରାଜ୍ୟରେ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧି ବଢ଼ାଇଲେ ରାଜ୍ୟ ସରକାର। ଜୁନ୍ ୧ ତାରିଖ ସକାଳ ୫ଟା ଯାଏ ବଢ଼ିଲା ଲକ୍ଡାଉନ୍ । ପୂର୍ବରୁ ମେ 19 ଯାଏଁ ଲକଡାଉନ ଜାରି କରାଯାଇଥିଲା । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ନୂତନ ଗାଇଡଲାଇନ ଅନୁଯାୟୀ, ବିବାହ, ବ୍ରତଘର, ଓ ଅନ୍ତେଷ୍ଟି କ୍ରିୟାରେ ହୋଇପାରିବନି ଭୋଜିଭାତ । ଖାଦ୍ୟ ପୁଡିଆ କରାଯାଇ ଖାଦ୍ୟ ଘରେ ଦିଆଯିବ । ବିବାହ ଉତ୍ସବରେ 25 ଜଣ ଏକାଠି ହୋଇପାରିବେ । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ବଜାର ଗୁଡିକ ସକାଳ 7 ଟାରୁ 11 ଯାଏଁ ଖୋଲା ରହିବ । ଶନିବାର ରବିବାର ଓ୍ୱିକେଣ୍ଡ ସଟଡାଉନ ରହିବ । ଜରୁରୀକାଳିନ ସେବା ବ୍ୟାଙ୍କ, ମେଡିକାଲ, ଗ୍ୟାସ ଏସବୁ ଖୋଲା ରହିବ ।
ତେବେ ଯେଉଁମାନେ ବିନା କାମରେ ବାହାରେ ବୁଲିବେ ସେମାନଙ୍କ ବିରୁଦ୍ଧରେ କଡାକାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ କଡା ଚେତାବନି ଦେଇଛନ୍ତି ।