ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେବ କାଳବୈଶାଖୀ ଝଡ ବର୍ଷା ହେଉଥିଲା ବେଳେ ଦୁଇ ଦିନ ହେବ ପାଗ ଶୁଖିଲା ଓ ଖରାଟିଆ ରହିଛି । ପ୍ରବଳ ଗରମ ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ତେବେ ରାଜ୍ୟର ୭ ଜିଲ୍ଲାରେ ୪୦ଡିଗ୍ରୀ ଉପରେ ପାରଦ ରହିଛି । ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୪୧ଡ଼ିଗ୍ରୀ ରହିଥିବା ବେଳେ ଏହା ପଛକୁ ସୋନପୁର ୪୦.୮, ଅନୁଗୁଳ ୪୦.୭, ସମ୍ବଲପୁର ୪୦.୫ , ମାଲକାନଗିରି ୪୦ , ଟିଟଲାଗଡ ୪୦, ସୁନ୍ଦରଗଡ ୪୦ ରହିଛି ।
ତେବେ କିନ୍ତୁ ୨୦ ତାରିଖ ଅପରାହ୍ନ ଆଡ଼କୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ସେହିପରି ୨୧ ତାରିଖ ଦିନ ସମଗ୍ର ଉପକୂଳ ଜିଲ୍ଲା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ହେବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ ।