ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱରରେ ଟିକାକରଣ ବ୍ୟବସ୍ଥାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏକ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ବରିଷ୍ଠ ନାଗରିକଙ୍କ ଟେଷ୍ଟିଂ ଓ ଟିକାକରଣ ପାଇଁ ଆରମ୍ଭ ହୋଇଛି ନୂଆ ବ୍ୟବସ୍ଥା । ଆଜିଠୁ ବରିଷ୍ଠ ନାଗରିକଙ୍କ କରୋନା ଟେଷ୍ଟ ପାଇଁ ଘରୁ ସଂଗ୍ରହ ହେବ ନମୂନା ଓ ଟେଷ୍ଟିଂ ସେଣ୍ଟରକୁ ଯାଇ ପାରୁ ନ ଥିବା ବରିଷ୍ଠ ନାଗରିକଙ୍କୁ ମିଳିବ ଏହି ସୁବିଧା । ସେମାନେ ଟୋଲ ଫ୍ରି ନମ୍ୱର ୧୯୨୯ରେ ଫୋନ କରି ସେମାନଙ୍କ ଠିକଣା ଦେବେ । ବିଏମସିର ମୋବାଇଲ ଟିମ ଘରକୁ ଯାଇ ନମୂନା ସଂଗ୍ରହ କରିବ । ସେହିପରି ୧୯୨୯ ଫୋନ କରି ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ବିଏମସି ଅଞ୍ଚଳରେ ଟେଷ୍ଟିଂ ବୃଦ୍ଧି ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି ।