ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶର ୬୦୦୦ଟି ରେଲଓ୍ୱେ ଷ୍ଟେସନରେ ଲାଗିଲା ମାଗଣା ଓ୍ୱାଇ- ଫାଇ । ଭାରତୀୟ ରେଲୱେ ଏହି ସୁବିଧା ଉପଲବ୍ଧ କରାଇଛି । ତେବେ ଏଥିରେ ୬୦୦୦ତମ ଷ୍ଟେସନ ହେବାର ସୌଭାଗ୍ୟ ଲାଭ କରିଛି ଝାଡ଼ଖଣ୍ଡର ହଜାରୀବାଗ୍ ରେଲଓ୍ୱେ ଷ୍ଟେସନ । ଏଠାରେ ରେଲୱେ ମାଗଣା ୱାଇ-ଫାଇ ସେବା ଆରମ୍ଭ କରାଯାଇଛି । ସର୍ବପ୍ରଥମେ ଭାରତୀୟ ରେଲଓ୍ୱେ ୨୦୧୬ ମସିହାରେ ମୁମ୍ୱାଇ ରେଲୱେ ଷ୍ଟେସନରେ ୱାଇ-ଫାଇ ସୁବିଧା ଉପଲବ୍ଧ କରିଥିଲା ଏବଂ ଏହାପରେ ୫୦୦୦ତମ ଷ୍ଟେସନ ଭାବେ ପଶ୍ଚିମ ବଙ୍ଗରେ ମେଦିନିପୁର ଏହି ମାଗଣା ଓ୍ୱାଇ ଫାଇ ବ୍ୟବସ୍ଥା କରାଯାଇଥିଲା
ମେ୧୫ରେ ଓଡ଼ିଶାର ଅନୁଗୁଳ ଜିଲ୍ଲାର ଝାରପଡ଼ା ଷ୍ଟେସନରେ ଏହି ସୁବିଧା ଉପଲବ୍ଧ କରାଯାଇଥିଲା । ରେଲୱେ ଷ୍ଟେସନ ଗୁଡ଼ିକରେ ୱାଇ-ଫାଇ ସୁବିଧା ଭାରତ ସରକାରଙ୍କ ଜିଡିଟାଲ ଇଣ୍ଡିଆ ପ୍ରୋଗ୍ରାମର ଲକ୍ଷ୍ୟକୁ ପୂରା କରିଛି । ଏହି ସବୁ ରେଲୱେ ଷ୍ଟେସନରେ ଯାତ୍ରୀଙ୍କୁ ଅଧା ଘଣ୍ଟା ଯାଏ ମାଗଣା ଇଣ୍ଟରନେଟ୍ ସେବା ମିଳିଥାଏ , ଏହାପରେ ୧୦ ଟଙ୍କାରୁ ୭୦ଟଙ୍କାର ରିଚାର୍ଜରେ ୫ଜିବିରୁ ୬୦ଜିବି ପର୍ଯ୍ୟନ୍ତ ଡାଟା ମିଳିଥାଏ ।