ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୧୦,୭୫୭ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନରେ ୬୦୨୪ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମଣ ୪୭୩୩ ରହିଛି । ତେବେ ସବୁଠୁ ଆଶ୍ୱସ୍ତିର ବିଷୟ ହେଉଛି ରାଜ୍ୟରେ ଆଜି ସଂକ୍ରମଣ ସଂଖ୍ୟା ଠାରୁ ସୁସ୍ଥ ସଂଖ୍ୟା ଅଧିକ ରହିଛି । ସଂକ୍ରମଣ ସଂଖ୍ୟା ୧୦,୭୫୭ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧୨୦୭୭ ରହିଛି ।
ଅନ୍ୟପକ୍ଷରେ ଆଜି ରାଜ୍ୟର କୌଣସି ଜିଲ୍ଲାରୁ ବି ହଜାରେ ଉପରକୁ ସଂକ୍ରମଣ ଟପିନାହିଁ । ଦିର୍ଘ ଦିନ ହେବ ଭୁବନେଶ୍ୱର ଓ ସୁନ୍ଦରଗଡ ଜିଲ୍ଲାରେ ଦୈନିକ ସଂକ୍ରମଣ ହଜାରେ ଉପରେ ରହିଥିବା ବେଳେ ଆଜି ସେଥିରେ ହ୍ରାସ ଘଟିଥିବା ଦେଖାଯାଇଛି । ତେବେ ଆଜି କଟକ ଜିଲ୍ଲାରୁ ସର୍ବାଧିକ ୯୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୯୦୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏବଂ ଅନ୍ୟ ଜିଲ୍ଲା ଗୁଡିକରେ ଅନୁଗୁଳରୁ ୬୦୬, ବରଗଡ଼ରୁ ୪୦୪, ଭଦ୍ରକରୁ ୪୪୩, ବାଲେଶ୍ୱରରୁ ୩୫୪, ବଲାଙ୍ଗୀରରୁ ୫୦୩, ବୌଦ୍ଧରୁ ୧୩୩, ଦେବଗଡ଼ରୁ ୧୦୨, ଢେଙ୍କାନାଳରୁ ୨୮୯, ଗଜପତିରୁ ୧୪୧, ଗଞ୍ଜାମରୁ ୨୦୯, ଜଗତସିଂହପୁରରୁ ୩୧୯, ଯାଜପୁରରୁ ୨୮୧, ଝାରସୁଗୁଡ଼ାରୁ ୩୮୮ , କଳାହାଣ୍ଡିରୁ ୧୨୫, କନ୍ଧମାଳରୁ ୮୭, କେନ୍ଦ୍ରାପଡ଼ାରୁ ୧୪୮, କେନ୍ଦୁଝରରୁ ୨୦୮, କୋରାପୁଟରୁ ୨୮୨, ମାଲକାନଗିରିରୁ ୧୨୩, ମୟୂରଭଞ୍ଜରୁ ୪୫୪, ନବରଙ୍ଗପୁରରୁ ୩୮୬, ନୟାଗଡ଼ରୁ ୨୨୭, ନୂଆପଡ଼ାରୁ ୫୦୨, ପୁରୀରୁ ୩୫୦, ରାୟଗଡ଼ାରୁ ୧୩୬, ସମ୍ବଲପୁରରୁ ୪୯୪, ସୋନପୁରରୁ ୨୪୫, ସୁନ୍ଦରଗଡ଼ରୁ ୮୩୨ଜଣ ଓ ଷ୍ଟେଟ୍ ପୁଲରୁ ୨୦୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।