ସନଷ୍ଟାର ଟିଭି ବ୍ୟୁରୋ
କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖିଆ ମମତା ବାନାର୍ଜୀଙ୍କୁ ଲାଗିଛି ବଡ଼ ଝଟକା । ତୃଣମୂଳ କଂଗ୍ରେସର 4 ତୁଙ୍ଗ ନେତାଙ୍କୁ ଉଠାଇ ନେଇଛି ସିବିଆଇ । ଯାହାକୁ ନେଇ ପଶ୍ଟିମବଙ୍ଗରେ ପୁଣିଥରେ ରାଜନୀତି ମାହୋଲ ଗରମ ହୋଇଛି । କିଛିଦିନ ପୂର୍ବରୁ ମନ୍ତ୍ରୀ ଭାବେ ଶପଥ ନେଇଥିବା ମମତାଙ୍କ କ୍ୟାବିନେଟର ଫିରହଦ ହାକିମଙ୍କ ସହ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ବିଧାୟକ ମଦନ ମିତ୍ର ଏବଂ କୋଲକାତାର ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କୁ ସିବିଆଇ ଆଜି ସକାଳୁ ଉଠାଇ ନେଇଛି । ତେବେ ନାରଦା ସ୍କାମ ଅଭିଯୋଗରେ ସେମାନଙ୍କ ଗିରଫ କରିଛି ସିବିଆଇ ।
ତେବେ ଏହାକୁ ବିରୋଧ କରି ମମତା ବାନାର୍ଜୀ ନିଜର ଶହ ଶହ ଦଳୀୟ କର୍ମୀଙ୍କ ସହ ସିବିଆଇ ଅଫିସରେ ପହଞ୍ଚିଛନ୍ତି । ଶହ ଶହ କର୍ମୀଙ୍କ ବିରୋଧ ପ୍ରଦର୍ଶନକୁ ରୋକିବା ପାଇଁ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିବା ବେଳେ ସେମାନଙ୍କୁ ଉପରକୁ ପଥର ମାଡ କରିଥିଲେ ଦଳୀୟ କର୍ମୀ । ସୁରକ୍ଷାକର୍ମୀ ମଧ୍ୟ ଦଳୀୟ କର୍ମୀଙ୍କ ଉପରକୁ ଲାଠି ଚାର୍ଜ କରିଛନ୍ତି ।ଫଳରେ ସେଠାକାର ପରିସ୍ଥିତି ବେଶ୍ ଉଦବେଗଜନକ ରହିଛି ।
#WATCH | TMC protesters pelted stones on security forces in West Bengal outside the CBI office. pic.twitter.com/GxGUZmIQxe
— ANI (@ANI) May 17, 2021