ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନା ଲଢେଇରେ ବିଜୟ ପାଇବା ପାଇଁ ହେଲେ ଟିକାକରଣ ହେଉଛି ରାମବାଣ ସଦୃଶ୍ୟ । ତେବେ ଦେଶରେ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ତେବେ ଏହି ପର୍ଯ୍ୟାୟରେ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ଟିକାକରଣ କରାଯାଉଛି । ତେବେ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ଟିକାକରଣ ପାଇଁ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଟିକା ପ୍ରଦାନ ପାଇଁ ୧୨ଜଣିଆ ପରାମର୍ଶଦାତା କମିଟି ଗଠନ କରିଛନ୍ତି ସରକାର । ଡାକ୍ତର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ପରାମର୍ଶଦାତା କମିଟି ଗଠିତ ହୋଇଥିବାବେଳେ ଏହି କମିଟିରେ ଡାକ୍ତର ସିବିକେ ମହାନ୍ତି ରହିଛନ୍ତି ।
ଏଥିସହିତ କୋଭିଡରେ କିପରି ଶିଶୁ ସୁରକ୍ଷା ହୋଇପାରିବ ସେନେଇ ମଧ୍ୟ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଏହି କମିଟିରେ ୮ ଜଣ ସଦସ୍ୟ ରହିଛନ୍ତି । DMETଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି । ଶିଶୁଙ୍କ କ୍ଷେତ୍ରରେ ସଂକ୍ରମଣ ବଢୁଥିବାରୁ ତର୍ଜମା କରିବ କମିଟି । କରୋନା ମୁକାବିଲା ନେଇ ପରାମର୍ଶ ଦେବ ଗଠିତ ହୋଇଥିବା ଏହି ନୂତନ କମିଟି । ସେହିପରି ଆବଶ୍ୟକୀୟ ଭିତ୍ତିଭୂମୀ ସମ୍ପର୍କରେ ମଧ୍ୟ କମିଟି ପରାମର୍ଶ ଦେବ ।