ସନଷ୍ଟାର ଟିଭି ବ୍ୟୁରୋ
କୋଲକାତା: ପଶ୍ଟିମବଙ୍ଗରେ କରୋନା ସଂକ୍ରମଣ ଉପର ମୁହାଁ ରହିଛି । ତେବେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଥିରେ ରୋକ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଇ ସପ୍ତାହ ପାଇଁ ପଶ୍ଚିମବଙ୍ଗରେ ଲକଡାଉନ ଘୋଷଣା କରିଛନ୍ତି । ଆସନ୍ତା କାଲି ଠାରୁ ମେ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଜାରି ରହିବ ।
ତେବେ ଏହି କଟକଣା ସମୟରେ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି । ତେବେ ଏହି ସମୟରେ ସମସ୍ତ ପ୍ରାଇଭେଟ୍ ଓ ସରକାରୀ ଅଫିସଗୁଡିକୁ ବନ୍ଦ ରଖାଯାଇଛି କେବଳ ଜରୁରୀ ସେବାରେ ନିୟୋଜିତ ଅଫିସ୍ ଗୁଡିକ ଖୋଲା ରହିବ । ଶିକ୍ଷାନୁଷ୍ଟାନ ବନ୍ଦ ରହିବ । ଅନ୍ୟପଟେ ପରିବା ଓ ଫଳ ବଜାର ସକାଳ ୭ ରୁ ୧୦ ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି କୁହାଯାଇଛି ।
ଏହି ଲକଡାଉନ ସମୟରେ ଘରୋଇ କାର୍ଯ୍ୟାଳୟ (ଜରୁରୀ ସେବା ବ୍ୟତୀତ) ବନ୍ଦ ରହିବା ସହ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ରାଜନୈତିକ, ସାଂସ୍କୃତିକ ଓ ଧାର୍ମିକ ଗତିବିଧି ଉପରେ ରୋକ୍ । ଜରୁରୀ ସେବା ବ୍ୟତୀତ ବାକି ସବୁ ଶିଳ୍ପ, ଫ୍ୟାକ୍ଟ୍ରି ବନ୍ଦ ରହିବ । ଜରୁରୀ ସେବାରେ ନିୟୋଜିତ ଯାନ ବାହନକୁ ଛାଡି ଅନ୍ୟ ସମସ୍ତ ଯାନ ବାହନ ଚଳାଚଳା ବନ୍ଦ । ଲୋକଲ ଟ୍ରେନ. ମେଟ୍ରୋ ସେବା, ବସ୍ ସେବା ଓ ରେଳ ସେବା ବନ୍ଦ ରହିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି । ଫଳ, ପନିପରିବା, ଦୁଗ୍ଧ ଦୋକାନ ସକାଳ ୭ ରୁ ଦିନ ୧୦ ଟା ଯାଏଁ ଖୋଲା ରହିବ । ମିଠା ଦୋକାନ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଖୋଲା ରହିବ । ବ୍ୟାଙ୍କଗୁଡିକ ସକାଳ ୧୦ ରୁ ଦିନ ୨ ଟା ପର୍ଯ୍ୟନ୍ତ ଖୋଲା ରହିବ । ବାହାଘରରେ ୫୦ ଓ ଅନ୍ତିମ ସଂସ୍କାର ବେଳେ ୨୦ ଜଣ ଲୋକଙ୍କୁ ଅନୁମତି ମିଳିବ । ପାର୍କ, ଜୁ, ଜିମ୍,ବସ୍ ସର୍ଭିସ୍, ମେଟ୍ରୋ ଏସବୁ ବନ୍ଦ ରହିବ ।