ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଓ ଗ୍ଲୋବାଲ ଟେଣ୍ଡର ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସ ମିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟ କ୍ୟାବିନେଟରେ ଭ୍ୟାକସିନ କିଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର ଅନୁମୋଦନ ମିଳିଥିଲା । ଏହାକୁ ଦୃଷ୍ଟିରେ ରଖି ଗତକାଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରାଯାଇଛି ଓ ଗ୍ଲୋବାଲ ଟେଣ୍ଡରର ଡକ୍ୟୁମେଣ୍ଟକୁ ଓଡିଶା ମେଡିକାଲ କର୍ପୋରେସନ ୱେବସାଇଟରେ ଅପଲୋଡ କରାଯାଇଛି । ଭାରତର ପ୍ରଥମ ରାଜ୍ୟ ଭାବେ ଏହି ଗ୍ଲୋବାଲ ଟେଣ୍ଡର ଖୁବ୍ ଶୀଘ୍ର କରିଛି ଭାରତ । ତେବେ ଏହା ଦ୍ୱାରା ଆବଶ୍ୟକ ମୁତାବକ ଟିକା ମିଳିପାରିବ ।
3 କୋଟି 80 ଲକ୍ଷ ଭ୍ୟାକସିନ କିଣିବା ପାଇଁ ଆହ୍ୱାନ ଦିଆଯାଇଛି । ଓ 4 ମାସ ଭିତରେ ଭ୍ୟାକସିନ ସପ୍ଲାଇ କରିବା ପାଇଁ ସମୟ ଦିଆଯାଇଛି । 28 ଦିନ ଭିତରେ ପ୍ରି ବିଟ୍ ପାଇଁ ସମୟ ଦିଆଯାଇଛି । ଓ ଖୁବ୍ ଶୀଘ୍ର ଆବଶ୍ୟକ ମୁତାବକ ଟିକା କିଣି ହେବ ବୋଲି ସେ କହିଛନ୍ତି ।
ତେବେ ସେ ଆଉ ମଧ୍ୟ କହିଛନ୍ତି ଗତକାଲି ଏକ ପରାମର୍ଶଦାତା କମିଟି ଗଠନ କରାଯାଇଛି । ଟିକାକରଣଠୁ ନେଇ କରୋନାର ଭବିଷ୍ୟତରେ ଆସୁଥିବା ଲହର ବିଷୟରେ ଆଗୁଆ ପଦକ୍ଷେପ ନେବା ପାଇଁ ଏହି କମିଟି ଗଠନ କରାଯାଇଛି । ଡିଏମଇଟି ଏହାର ଆବାହକ ଥିବା ବେଳେ ବହୁ ବଡ ବଡ ବୈଜ୍ଞାନିକ ଏହାର ସଦସ୍ୟ ଅଛନ୍ତି ।
ସେ ଆଉ ମଧ୍ୟ କହିଛନ୍ତି ଯେ , ଛତିଶଗଡ ସୀମାନ୍ତ ଜିଲ୍ଲା ଗୁଡିକରେ କରୋନା ସଂକ୍ରମଣ କମିବାରେ ଲାଗିଛି । ପ୍ରାୟ 10 ଜିଲ୍ଲାରେ ସଂକ୍ରମଣ କମିବାରେ ଲାଗିଛି । ତେବେ କରୋନା ଗାଇଡଲାଇନ ମାନିଲେ ଓ ଘରେ ମଧ୍ୟ ମାକ୍ସ ବ୍ୟବାହର କଲେ କୋଭିଡ୍ ସଂକ୍ରମଣକୁ ଖୁବ୍ ଶୀଘ୍ର କମାଇ ପାରିବା ବୋଲି ସେ ପରାମର୍ଶ ଦେଇଛନ୍ତି ।