ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଘନିଭୂତ ହେବାରେ ଲାଗିଛି ସାମୁଦ୍ରିକ ଝଡ ତାଉତେ । କାଲି ଗଭୀର ଅବପାତର ରୂପ ନେଇଛି ସାମୁଦ୍ରିକ ଝଡ । ତେବେ ଆସନ୍ତା ୧୮ ତାରିଖ ସକାଳେ ଗୁଜୁରାଟ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଓଡିଶାରୁ ଗୁଜୁରାଟ ଗଲା NDRF ଟିମ ।ସେଠାରେ ବାତ୍ୟାର ମୁକାବିଲା ଲାଗି ସ୍ବତନ୍ତ୍ର ବିମାନ ଯୋଗେ ଗୁଜୁରାଟ ଯାଇଛନ୍ତି NDRFର ୫ଟି ଟିମ । ତେବେ ଏହି ଟିମ୍ରେ ମୋଟ୍ ୧୨୬ଜଣ ସଦସ୍ୟ ରହିଥିବା ବେଳେ ପ୍ରତ୍ୟେକ ଟିମ୍ରେ ରହିଛନ୍ତି ୨୫ ଜଣ ସଦସ୍ୟ । କଟକର ଡେପୁଟି କମଣ୍ଡାଣ୍ଟଙ୍କ ନତୃତ୍ବରେ ଏହି ଟିମ୍ ଗୁଡ଼ିକୁ ଗୁଜୁରାଟ ପଠାଯାଇଛି ।
ତେବେ ଏହି ସାମୁଦ୍ରିକ ଝଡ ଆଜି ସନ୍ଧ୍ୟା ୫.୩୦ ସୁଦ୍ଧା ତୀବ୍ର ସାମୁଦ୍ରିକ ଝଡର ରୂପ ନେବ ଓ ଆସନ୍ତା କାଲି ସକାଳ ୧୧.୩୦ ସୁଦ୍ଧା ଅତି-ତୀବ୍ର ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।