ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ: ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆସନ୍ତା ସପ୍ତାହରେ ଲଞ୍ଚ ହେବାକୁ ଯାଉଛି ଡିଓସି-ଡି-ଗ୍ଲୁକୋଜ (2-ଡିଜି) ମେଡିସିନ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଏନେଇ ସୂଚନା ଦେଇଛନ୍ତି । କୋଭିଡ -19 ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ 10,000 ଡୋଜର 2-ଡିଜି ମେଡିସିନର ପ୍ରଥମ ବ୍ୟାଚ୍ ଆସନ୍ତା ସପ୍ତାହ ଆରମ୍ଭରେ ଆରମ୍ଭ ହେବ ଏବଂ ରୋଗୀଙ୍କୁ ଦିଆଯିବ ବୋଲି ନ୍ୟୁଜ୍ ଏଜେନ୍ସି ANIକୁ ଜଣେ DRDO ଅଧିକାରୀ କହିଛନ୍ତି ।
ଅଧିକାରୀ କହିଛନ୍ତି ଯେ, ମେଡିସିନ ଉତ୍ପାଦନକାରୀମାନେ ଭବିଷ୍ୟତରେ ବ୍ୟବହାର ପାଇଁ ମେଡିସିନ ମେଡିସିନର ଉତ୍ପାଦନକୁ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଏହା କରୋନା ଭାଇରସ ସହ ଲଢେଇରେ ସହାୟକ ହେବ ବୋଲି ଆଶା କରାଯାଉଛି । ହାଇଦ୍ରାବାଦ ସ୍ଥିତ ଡକ୍ଚର ରେଡ୍ଡୀ ଲାବରେଟୋରୀରେ ଏହାକୁ ପ୍ରସ୍ତୁତ କରିଛି ଡିଆରଡିଓର ନ୍ୟୁକ୍ଲିଅର ମେଡିସିନ୍ ଓ ଆଲାଏଡ ସେଣ୍ଟର । ଏହି ମେଡିସିନ୍ ପାଉଚରେ ପାଉଡର ଆକାରରେ ଆସୁଛି । ପାଣିରେ ମିଶାଇ ପିଇବାକୁ ହେବ । ଭାଇରସ ଦ୍ବାରା ପ୍ରଭାବିତ ସେଲରେ ଏହା ପ୍ରଭାବ ପକାଇବ । 2-DG ମେଡିସିନ ସେବନ କଲେ କମ ସମୟରେ ସୁସ୍ଥ ହେବେ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି ।
ତେବେ ଗତ ସପ୍ତାହରେ ଏହାର ଜରୁରୀକାଳିନ ବ୍ୟବାହାର ପାଇଁ ଡିସିଜିଆଇ ଅନୁମତି ପ୍ରଦାନ କରିଥିଲେ । ତେବେ ଏହାର କ୍ଲିନିକାଲ୍ ଟ୍ରାଏଲରେ ଏହା ଦେଖାଯାଇଛି ଯେ ଏହି ମେଡିସିନ ରୋଗୀଙ୍କ ଠାରେ ପ୍ରୟୋଗ କରାଯିବାରୁ ରୋଗୀମାନେ ଶୀଘ୍ର ସୁସ୍ଥ ହେଉଛନ୍ତି ଓ ଏହା ଅକ୍ସିଜେନ ସ୍ତରକୁ ମଧ୍ୟ ସଠିକ୍ ରଖିଥାଏ ।