ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ତାଉତେ ଆଜି ସିଭୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ବାତ୍ୟାର ରୂପ ନେବାକୁ ଯାଉଛି । ଛଅ ଘଣ୍ଟା ହେବ ଉତ୍ତର ଦିଗରେ ଘଣ୍ଚା ପ୍ରତି 13 କି.ମି ବେଗରେ ଗତି କରୁଛି । ତେବେ ଏହା ଗୋଆ ଠାରୁ ଉତ୍ତର – ପଶ୍ଚିମ ଦିଗରେ 290 କି.ମି ଦୂରରେ ଥିବା ବେଳେ , ମୁମ୍ବାଇଠାରୁ ୬୫୦ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି । ତେବେ ଆଉ ଦୁଇ ଘଣ୍ଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ଝଡର ରୂପ ନେବ ବୋଲି ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଭୀଷଣ ସାମୁଦ୍ରିକ ଝଡର ରୂପ ନେବା ପରେ ଏହା 12 ଘଣ୍ଟା ମଧ୍ୟରେ ଉତ୍ତର- ଉତ୍ତରପଶ୍ଚିମ ଆଡକୁ ଗତି କରି ଗୁଜୁରାଟ ଉପକୂଳକୁ 18 ତାରିଖ ଦିନ ସକାଳ ସମୟରେ ପହଞ୍ଚିବ ଓ ସେହି ଦିନ ଅପରାହ୍ଣ କିମ୍ୱା ସନ୍ଧ୍ୟା ସମୟରେ ପୋର ବନ୍ଦର ଓ ନାଲିୟା ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଏହି ସମ୍ଭାବ୍ୟ ବାତ୍ୟା ପାଇଁ ବିମାନ କର୍ତ୍ତୁପକ୍ଷ କ୍ଷୟକ୍ଷତିରୁ ବଞ୍ଚିବା ପାଇଁ ନୂତନ ଏସଓପି ଜାରି କରିଛନ୍ତି ଓ ସେଗୁଡିକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ପ୍ରବଳ ବର୍ଷା ପାଇଁ ଆସନ୍ତା କାଲି 10 ଯାଏଁ ଲାକ୍ଷାଦ୍ୱୀପରେ ଅବସ୍ଥିତ ଅଗାତ୍ତି ଏୟାରପୋର୍ଟ ବିମାନ ଚଳାଚଳକୁ ରଦ୍ଧ କରିଛନ୍ତି । ଲକ୍ଷ୍ମୀଦ୍ୱୀପ ଦ୍ୱୀପପୁଞ୍ଜ, କେରଳ, ତାମିଲନାଡୁ (ଘାଟ ଜିଲ୍ଲା) ଏବଂ କର୍ଣ୍ଣାଟକ (ଉପକୂଳ ତଥା ଘାଟ ଜିଲ୍ଲା) ପାଇଁ ସତର୍କତା ଜାରି କରାଯାଇଛି ବୋଲି ଏଏଆଇ ପକ୍ଷରୁ ସୂଚନା ଦିଆଯାଇଛି ।
#CyclonicStorm #Tauktae moved nearly northwards with a speed of about 13kmph in past 6Hrs, it is about #290km SW of #Panjim-Goa, #650km SSW of #Mumbai. It is very likely to intensify further into a #SevereCyclonicStorm during next #3Hrs. #Tauktae #TauktaeCyclone #CycloneAlert pic.twitter.com/YIfolalDZe
— Meteorological Centre, Bhubaneswar (@mcbbsr) May 15, 2021