ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ୬୦ରୁ ଅଧିକ ବୟସ୍କମାନଙ୍କ ପାଇଁ କରୋନା ଟିକା ଓ ଟେଷ୍ଟିଂ କରିବା ପାଇଁ ବିଏମସି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ଯେଉଁ ବୟସ୍କ ବ୍ୟକ୍ତିମାନେ ଟେଷ୍ଟିଂ ସେଣ୍ଟର ବା ଟିକାକରଣ କେନ୍ଦ୍ରକୁ ଆସି ପାରିବେ ନାହିଁ ସେମାନଙ୍କ ଘରେ ପହଞ୍ଚି ଟିକା ଦେବ ଓ ଟେଷ୍ଟିଂ କରାଇବ ବିଏମସି ର ମୋବାଇଲ୍ ଟିମ୍ । ତେବେ ଏନେଇ ଆଜି ପ୍ରେସ୍ ମିଟରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ସଞ୍ଜୟ କୁମାର ସିଂ ।
ଏଥିପାଇଁ ସେ ଟୋଲ ଫ୍ରି ନମ୍ୱର ୧୯୨୯ରେ ରେଜିଷ୍ଟ୍ରେସନ ଅବା କଲ୍ କରିବା ଆବଶ୍ୟକ ବୋଲି କହିଛନ୍ତି । ଏହି ନମ୍ୱରକୁ କଲ କରି ନିଜର ଲୋକେସନ ଦେଲେ ବରିଷ୍ଠ ନାଗରିକଙ୍କ ଘରେ ପହଞ୍ଚି କରୋନା ଟିକା ବା ଟେଷ୍ଟ କରାଯିବାକୁ ସେମାନଙ୍କୁ ଟିକାକରଣ କେନ୍ଦ୍ରକୁ ଅଣାଯାଇ ପୁଣି ଘରେ ନେଇ ଛଡାଯିବ ବୋଲି ସେ କହିଛନ୍ତି । ତେବେ ଏହି ଟୋଲ ଫ୍ରି ନମ୍ୱର ଚବିଶି ଘଣ୍ଟା କାର୍ଯ୍ୟ କରିବ ବୋଲି ସେ ସୂଚନା ଦେଇଛନ୍ତି । ଆସନ୍ତା ସୋମବାରରୁ କାର୍ଯ୍ୟକ୍ଷମ ହେବ ଏହି ସୁବିଧା ବୋଲି କହିଛନ୍ତି ବିଏମସି କମିଶନର ।