ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଓଡିଶାରେ କରୋନା ସଂକ୍ରମଣ ସଂଖ୍ୟା ଆଜି ସର୍ବାଧିକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨ ହଜାର ୩୯୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ବାରେଣ୍ଟାଇନରୁ ୬ହଜାର ୯୩୮ ସଂକ୍ରମିତ ବାହାରିଥିବା ବେଳେ, ଲୋକାଲ କଣ୍ଟାକ୍ଟ କେସ ୫ ହଜାର ୪୫୨ ରହିଛି । ତେବେ ସବୁଠୁ ଅଧିକ ସଂକ୍ରମଣ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଏଠାରେ ୨୪ ଘଣ୍ଟା ୨୨୦୧ ଜଣ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକରୁ ଯଥା ସୁନ୍ଦରଗଡ଼ରୁ ୮୮୨, କଟକରୁ ୭୧୯, ସମ୍ବଲପୁରରୁ ୬୭୭, ଅନୁଗୁଳରୁ ୫୩୨, ବରଗଡ଼ରୁ ୫୦୭, ମୟୂରଭଞ୍ଜରୁ ୪୮୦, ପୁରୀରୁ ୪୬୯, ବଲାଙ୍ଗୀରରୁ ୪୬୧, ଯାଜପୁର ୪୩୬, ଝାରସୁଗୁଡ଼ାରୁ ୪୧୩, ଭଦ୍ରକରୁ ୪୧୨, ଗଂଜାମରୁ ୩୮୭, ନବରଙ୍ଗପୁରରୁ ୩୬୨, ବାଲେଶ୍ବରରୁ ୩୪୦, ନୟାଗଡରୁ ୩୦୧, ଜଗତସିଂହପୁରରୁ ୨୫୯, କୋରାପୁଟରୁ ୨୪୬, ବୌଦ୍ଧରୁ ୨୨୮, କଳାହାଣ୍ଡିରୁ ୨୧୦, କେନ୍ଦୁଝରରୁ ୨୦୮, ନୂଆପଡ଼ାରୁ ୨୦୪, ରାୟଗଡ଼ା ୧୮୭, କନ୍ଧମାଳରୁ ୧୦୨, ସୋନପୁର ୧୭୮, ଢେଙ୍କାନାଳରୁ ୧୭୪, କେନ୍ଦ୍ରାପଡ଼ାରୁ ୧୩୭, ଗଜପତିରୁ ୧୧୫, ଦେବଗଡ଼ରୁ ୧୦୮, ମାଲକାନଗିରିରୁ ୧୦୩ ଓ ଷ୍ଟେଟପୁଲରୁ ୩୫୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଆଜି କରୋନା ମହାମାରୀରେ ୨୨ଜଣଙ୍କ ଜୀବନ ଯାଇଛି ।