ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀ ଭୁବନେଶ୍ଵରରେ ସ୍ଥିତି ଅଧିକ ଗମ୍ଭୀର ରହିଛି। ଏହାକୁ ନଜରରେ ରଖି ବିଭିନ୍ନ ଜନଗହଳି ସ୍ଥାନକୁ ସିଲ୍ କରାଯାଉଛି । ତେବେ କରୋନା ପରିସ୍ଥିତିକୁ ଦେଖି ନନ୍ଦନ କାନନକୁ ପୁଣି ଅନିର୍ଦ୍ଧିଷ୍ଟ ସମୟ ଯାଏଁ ବନ୍ଦ ରଖାଯାଇଛି । କୋଭିଡ କଟକଣା ଭିତରେ ରାଜ୍ୟରେ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ଜାରି ରହିଛି । ତେଣୁ ବଢୁଥିବା କୋଭିଡ ସ୍ଥିତିକୁ ପରିଲିକ୍ଷିତ କରି ବର୍ତ୍ତମାନ ନନ୍ଦନକାନନ ଏବଂ ରାଜ୍ୟ ବଟାନିକାଲ ଗାର୍ଡେନ ମଧ୍ୟ ନଖୋଲିବା ନେଇ ବିଜ୍ଞପ୍ତି ଜାର କରାଯାଇଛି ।
ତେବେ ପୂର୍ବରୁ ମେ 1 ରୁ ନନ୍ଦନକାନନ ପ୍ରାଣୀ ଉଦ୍ୟନ ବନ୍ଦ ରହିଥିଲା ଓ ମେ’ ୧୫ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନନ୍ଦନକାନନ କର୍ତ୍ତୃପକ୍ଷ ନିଷ୍ପତି ନେଇଥିଲେ ତେବେ ବର୍ତ୍ତମାନର ପରିସ୍ଥିତିକୁ ଦେଖି ଏହାକୁ ପୁଣି ଥରେ ବନ୍ଦ ରଖିବାର ନିଷ୍ପତି ନିଆଯାଇଛି । ଏଥିସହ ବଟାନିକାଲ ଗାର୍ଡେନ ମଧ୍ୟ ବନ୍ଦ ରଖାଯାଇଛି ।