ସନଷ୍ଟାର ଟିଭି ବ୍ୟୁରୋ
ବ୍ରହ୍ମପୁର: ବ୍ରହ୍ମପୁର ଜେଲରେ କଏଦୀଙ୍କୁ କରୋନା । ପ୍ରାୟ ୪୬ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ତେବେ ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ମଣ୍ଡଳ କାରାଗାର ଅଧିକାରୀ ।
ତେବେ ସୂଚନା ଅନୁଯାୟୀ ଜେଲରେ ଜଣେ ଆଜୀବନ ସଜା ଭୋଗୁଥିବା କଏଦୀଙ୍କ କରୋନା ଲକ୍ଷଣ ଦେଖାଯବା ପରେ ତାଙ୍କର ଟେଷ୍ଟ କରାଯାଇଥିଲା । ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି ।
ତାଙ୍କର ଚିକିତ୍ସା ସେଠାରେ ଚାଲିଥିବା ସମୟରେ ଅନ୍ୟ କଏଦୀଙ୍କ ନମୂନା ପରୀକ୍ଷା କରାଯାଇଥିଲା । ମୋଟ୍ ୯୪୪ ଜଣ କଏଦୀଙ୍କ ମଧ୍ୟରୁ ୮୦ କଏଦୀଙ୍କ ସମେତ ୨ ଜଣ କର୍ମଚାରୀଙ୍କ କରୋନା ପରୀକ୍ଷା ଗତକାଲି କରାଯାଇଥିଲା । ଏହା ମଧ୍ୟରୁ ୪୬ ପଜିଟିଭ୍ ଆସିଛି । ଏହି ସମସ୍ତ ପଜିଟିଭଙ୍କୁ ଜେଲ ଭିତରେ ଖୋଲାଯାଇଥିଲା ଶହେ ଶଯ୍ୟା ବିଶିଷ୍ଟ ନୂଆ କୋଭିଡ କେୟାର ସେଂଟରରେ ଭର୍ତ୍ତି କରାଯାଇଛି ।