ସନଷ୍ଟାର ଟିଭି ବ୍ୟୁରୋ
ଏବେ ଟିକିଏ ଥଣ୍ଡା କାଶ ହେଲେ ଡର ଲାଗୁଛି । କାଳେ ତାହା କରୋନା ହୋଇଥିବ ଏହା ଭାବି ସମସ୍ତଙ୍କ ମନରେ ଛନକା ପଶିଯାଉଛି । ତେବେ ଥଣ୍ଡା କାଶ ହୋଇଥିଲେ ଏହାକୁ ଶୀଘ୍ର ଭଲ କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ । କିଛି ଦିନ ମଧ୍ୟ ଥଣ୍ଡା କାଶ ଗାୟବ ହୋଇଯିବ ।
ଅଦା ଓ ତୁଳସୀ ପତ୍ର: ଅଦା ଓ ତୁଳସୀ ପତ୍ରକୁ ପାଣିରେ ଫୁଟାଇ ସେଥିରେ ମହୁ ମିଶାଇ ପିଇଲେ ଏହା କଫ, ଗଳାରେ ହେଉଥିବା ଖସ୍ଖସ୍ ସମେତ ସମସ୍ତ ଗଳାଜନିତ ସମସ୍ୟା ଦୂର କରିଥାଏ । ଅଦା କଫ ଦୂର କରିବା ସହ ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ରୋଗରୁ ମୁକ୍ତି ଦେଇଥାଏ । କିନ୍ତୁ ମଧୁମେହ ଥିଲେ ମହୁର ପରିମାଣ କମ୍ କରିବାକୁ ପଡିଥାଏ । କାରଣ ଏହା ସୁଗାର ସ୍ତରକୁ ପ୍ରଭାବିତ କରିଥାଏ ।
ସୁପ୍ : ସାଧାରଣ ଥଣ୍ଡା ଓ ଫ୍ଲୁ ହୋଇଥିଲେ ଆଣ୍ଟିବାୟୋଟିକ୍ କାମ କରି ନଥାଏ । କାରଣ ଏହା ଭୂତାଣୁଜନିତ ରୋଗ । ତେଣୁ ଗରମାଗରମ ସୁପ୍ ପିଅନ୍ତୁ । ଆରାମ ଲାଗିବ । ସୁପ୍ ପିଇବା ଦ୍ୱାରା ନାକ ଓ ଗଳା ଖୋଲିଯାଇଥାଏ । ସୁପ୍ ପିଇବା ଦ୍ୱାରା ତୁରନ୍ତ ଆରାମ ମିଳିଥାଏ, କିନ୍ତୁ ୩୬ ଘଣ୍ଟାରୁ ଅଧିକ ସମୟ ଲକ୍ଷଣ ରହିଲେ ଡାକ୍ତର ପରାମର୍ଶ କରନ୍ତୁ ।
ଲାଭେଣ୍ଡର ଅଏଲ୍ : ମାଇଗ୍ରେନ୍ ଓ ମାନସିକ ଚିନ୍ତାକୁ ଦୂର କରିବା ପାଇଁ ଲାଭେଣ୍ଡର ଅଏଲ୍ ବ୍ୟବହାର କରିପାରିବେ । ମୁଣ୍ଡବିନ୍ଧା ହେଉ ଅବା ମାଇଗ୍ରେନ୍ ସାମାନ୍ୟ ଲାଭେଣ୍ଡର ଅଏଲ୍ ଶୁଙ୍ଘିବା ଦ୍ୱାରା ଯନ୍ତ୍ରଣା କମ୍ ହୋଇଥାଏ । ସେହିପରି ଲାଭେଣ୍ଡର ଚା’ ପିଇବା କିମ୍ବା ରୁମାଲରେ ଦୁଇବୁନ୍ଦା ଅଏଲ୍ ପକାଇ ଶୁଙ୍ଗିବା ଦ୍ୱାରା ମାନସିକ ଚିନ୍ତାକୁ ନିୟନ୍ତ୍ରିତ କରିପାରିବେ । ଏହା ଷ୍ଟ୍ରେସ୍ ସ୍ତରକୁ କମ୍ କରିଥାଏ । କିନ୍ତୁ ଏହା ସାମୟିକ ଭାବେ ଚିନ୍ତାରୁ ଦୂରେଇ ରଖିଥାଏ ।